ଭାରତୀୟ ଜନତା ଦଳ ତରଫରୁ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

0
299

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ଅଡବା ମଣ୍ଡଳ ଭାରତୀୟ ଜନତା ଦଳ ତରଫରୁ ଦଳର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଗଜପତି ଜିଲ୍ଲା ବିଜେପି ସମ୍ପାଦକ ଦିବାକର ପ୍ରାଧାନୀ ଯୋଗ ଦେଇଥିବା ବେଳେ ସେ କିଭଳି ରାଷ୍ଟ୍ରବାଦ ଚିନ୍ତାଧାରାରେ ୧୯୫୧ ମସିହାରେ ଗଠନ ହୋଇଥିବା ଭାରତୀୟ ଜନ ସଙ୍ଘର ନୂଆ ରୂପ ଭାରତୀୟ ଜନତା ପାର୍ଟି ୧୯୮୦ ମସିହା ଅପ୍ରେଲ ୬ ତାରିଖ ଦିନ ଭାରତ ବର୍ଷର ପୁର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଭାପତିତ୍ୱରେ ପ୍ରତିଷ୍ଠା ହୋଇଥିଲା ତାହା ବିଷୟରେ ସବିଶେଷ ତଥ୍ୟ ରଖିଥିଲେ ଏବଂ ସମାଜର ଶେଷ ଧାଡ଼ିର ମଣିଷଙ୍କ ଆସ୍ଥାଭାଜନ ହେବା ସହ ସର୍ବ ଶେଷରେ ରାଷ୍ଟ୍ରବାଦରେ ଉଦବୃଦ୍ଧ ଭାରତୀୟ ଜନତା ପାର୍ଟିର ଉତୋରତର ଉନ୍ନତି ହେଉ ବୋଲି କାମନା କରିଥିଲେ। ତତସହିତ ଛତିଶଗଡ଼ ସୁକମା ଠାରେ ନକ୍ସଲ ଆକ୍ରମଣରେ ସହିଦ ଯବାନ ମାନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ । ଆଜିର ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବୃନ୍ଦାବନ କଲ୍ୟାଣ ଆଶ୍ରମର ସଭାପତି ଗୌର ଚନ୍ଦ୍ର ପାଇକ, ଯୁବ ମୋର୍ଚ୍ଚା ସଭାପତି ବୃନ୍ଦାବନ ଗମାଙ୍ଗ, ମଣ୍ଡଳ ସଭାପତି ଏନ୍ ଟି ରାମାରାଓ ଅଚାରି, ବାସୁଦେବ ପ୍ରଧାନିି, ବଳରାମ ପ୍ରଧାନ, ବାବୁଲା କାର୍ଜୀ, ଧର୍ମେନ୍ଦ୍ର ମଲ୍ଲିକ ଙ୍କ ସହ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟର- ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here