ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତିଲେ ୪ ଚାଷୀ

0
653

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସଣ୍ଡାବାଲି ଗ୍ରାମ ନିକଟ ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧାନ ବସ୍ତା ପୋଡି ପାଉଁଶ ହୋଇଯାଇଛି । ଏହି ସମୟରେ ୪ଜଣ ଚାଷୀ ଧାନ ଖଳାରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ରେ ଦୁର୍ବୁତ୍ତ ମାନେ କିଛି ଧାନ ବସ୍ତା ଚୋରି କରିନେବା ପରେ ଧାନ ଖଳା ରେ ନିଆ ଲଗାଇ ଚମ୍ପଟ ମାରିଥିଲେ ।ନିଆଁ ଲାଗିଥିବା ଦେଖିବାକୁ ପାଇ ଥିଲେ ସ୍ଥାନୀୟ ଲୋକେ ତୁରନ୍ତ ଖଳାରେ ସୋଇଥିବା ଚାଷୀ ମାନଙ୍କୁ ନିଆରୁ ଉଦ୍ଧାର କରିଥିଲେ।ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଛି।ଅପରପକ୍ଷରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତି ପୂରଣ ପାଇଁ ସରକାର ଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ ।

LEAVE A REPLY

Please enter your comment!
Please enter your name here