ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନ ର ଶୁଭାରମ୍ଭ

0
288

ଡ଼ାବୁଗାଁ (ଗଗନ ଗନ୍ତାୟତ) ଅଯୋଧ୍ୟା ରେ  ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟ ମାନିଗାଁ ରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା ଡ଼ାବୁଗାଁ  ର ହିନ୍ଦୁ ମହାସଂଘ, ହିନ୍ଦୁ ଜାଗରଣ ମଞ୍ଚ, ବିଶ୍ଵ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଶିକ୍ଷା ବିକାଶ ସମିତି ପ୍ରାନ୍ତ ପ୍ରଶିକ୍ଷଣ ସଂଯୋଜକ, ମାନିଗାଁ ର କର ସେବକ, ରାମ ଭକ୍ତ ତଥା ଗ୍ରାମବାସୀ ଏଥିରେ ଭାଗ ନେଇ ନିଧି ସଂଗ୍ରହ ଅଭିଯାନ ର ଶୁଭାରମ୍ଭ କରିଥିଲେ  .  ମାନିଗାଁ ରାଧା କୃଷ୍ଣ ମନ୍ଦିର ରେ ପୂଜାର୍ଚ୍ଚନା ପରେ କୀର୍ତ୍ତନ ମଣ୍ଡଳୀ ସହ ଗ୍ରାମ ପରିକ୍ରମା କରାଯାଇ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ କରାଯାଇଥିଲା . ଧନୀରୁ ରୁ ଗରିବ ତଥା ଧର୍ମ ନିର୍ବିଶେଷରେ ଗ୍ରାମର ସମସ୍ତେ ଆଗ୍ରହ ର ସହ କୁପନ୍ ଗ୍ରହଣ କରି ନିଧି ସଂଗ୍ରହ ରେ ସହଯୋଗ ର ହାତ ବଢ଼ାଇଥିଲେ . ସୂଚନା ଥାଉ କି ଏହି ଖଣ୍ଡ ସ୍ତରୀୟ ନିଧି ସଂଗ୍ରହ ଅଭିଯାନ ଆଜି ୨୫ ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରୁ ନିଧି ସଂଗ୍ରହ କରାଯିବ . ଏଥି ନିମନ୍ତେ ପୂର୍ବରୁ ପଞ୍ଚାୟତ ସ୍ତରରୁ କମିଟି ଗଠନ ହୋଇଛି . ଆଜିର ଏହି ନିଧି ସଂଗ୍ରହ ଅଭିଯାନରେ ଡାବୁଗାଁ ହିନ୍ଦୁ ଜାଗରଣ ମଞ୍ଚ ର ସଭାପତି ଓ ସମ୍ପାଦକ ଭଗବାନ ପାତ୍ର, ଶିକ୍ଷା ବିକାଶ ସମିତି ର ପ୍ରାନ୍ତ ପ୍ରଶିକ୍ଷଣ ସଂଯୋଜକ ସହ ପ୍ରମୁଖ ନରେଶ ସିଂ, କହ୍ନେଇଲାଲ ଗୁପ୍ତା, ପ୍ରବିଣ ଅଗ୍ରୱାଲ ,ସତ୍ୟ ନାରାୟଣ ଚୌଧୁରୀ, ସୁରେଶ ବେହେରା, ବିକାଶ ପାତ୍ର, ପ୍ରଦୀପ ସାହୁ  ,, ଦୀପକ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here