କରୋନା ଯୁଦ୍ଧରେ ହାରିଗଲେ ୨ ଯୁବ ଆୟୁଷ ଡାକ୍ତର

0
305

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ସମ୍ପ୍ରତି ସମାଜ ରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଦିନ କୁ ଦିନ ତାର କ୍ରୁରତା ର ଚରମ ସୀମା କୁ ଛୁଇଁ ଚାଲିଛି। ଗତ ୬ ମାସ ରୁ ଅଧିକ ସମୟ ହେଲା କରୋନା ର ଜାଲ ରେ ଫସି ରହିଛି ସାଧାରଣ ଲୋକ ଙ୍କ ଜୀବନ ଓ ଜୀବିକା।
ଏହି ଭଳି ଦୁର୍ଦ୍ଦିନରେ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟବସ୍ଥା ର ସୁଧାର ଆଣିବା ଓ କରୋନା କୁ ପରାଜିତ କରିବା ପାଇଁ ନିଜ ଜୀବନ କୁ ବାଜି ଲଗାଇ ଅହରହ କାର୍ଯ୍ୟ କରିଆସୁଛନ୍ତି ଆର ବି ଏସ କେ ଆୟୁଷ ଡାକ୍ତର ମାନେ। କରୋନା କୁ ପରାଜିତ କରିବା ଯୁଦ୍ଧ ରେ ନିଜେ ପରାଜିତ ହୋଇଛନ୍ତି ଦୁଇ ଯୁବ ଆୟୁଷ ଡାକ୍ତର। କୋରାପୁଟ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ମାନସ ରଞ୍ଜନ ପଣ୍ଡା ଏବଂ ନୂଆପଡା ଖରିଆର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଦେବାଶିଷ ପାତ୍ର କରୋନା ରେ ହରାଇଛନ୍ତି ନିଜ ଜୀବନ। ପ୍ରକାଶ ଥାଉ କି ଡ଼ା ପଣ୍ଡା ଙ୍କ ନିଜ ଘର ବ୍ରହ୍ମପୁର ଲୋଚାପଡା ହୋଇଥିବା ବେଳେ ଡ଼ା ପାତ୍ର ଙ୍କ ଘର ନୂଆପଡା ରେ। ଅସମୟ ରେ ଦୁଇ କର୍ତବ୍ୟନିଷ୍ଠ ଯୁବ ଡାକ୍ତର ଙ୍କ ବିୟୋଗ ରେ ମର୍ମାହତ ସମଗ୍ର ଡାକ୍ତର ସମାଜ ଏବଂ ଜନସାଧାରଣ। ସ୍ୱଳ୍ପ ଦରମା ରେ ଚାକିରୀ କରୁଥିବା ଏହି ଡାକ୍ତର ମାନେ ବିଭିନ୍ନ ଦାବି ନେଇ କଲା ବ୍ୟାଚ ପିନ୍ଧି ଶାନ୍ତିପୁର୍ଣ ଭାବେ କାର୍ଯ୍ୟ କରିଆସୁଥିଲେ।ଏହି ଦୁଇ ଯୁବ ଡାକ୍ତର ଙ୍କ ଶୋକ ସଂତପ୍ତ ପରିବାର କୁ ଆବଶ୍ୟକୀୟ ସରକାରୀ ସହାୟତା ଏବଂ କରୋନା ଯୋଦ୍ଧା ର ମାନ୍ୟତା ସହ କରୋନା ଯୋଦ୍ଧା ପାଇଁ ଉଦ୍ଧିଷ୍ଟ ସମସ୍ତ ପ୍ରୋତ୍ସାହନ ପ୍ରଦାନ ପାଇଁ ଜନସାଧାରଣ ରେ ଏବଂ ଆର ବି ଏସ କେ ଡାକ୍ତର ସଙ୍ଘ ତରଫରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here