ବେଲଗୁଣ୍ଠା ମିଡ଼ିଆ କ୍ଲବରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0
422

ଭଞ୍ଜନଗର/ବେଲଗୁଣ୍ଠା (ନିଲୁ ବିଷୋୟୀ ) ମଙ୍ଗଳବାର ଦିନ ସ୍ଥାନୀୟ ବାଙ୍କ ବଜାର ସ୍ଥିତ ବେଲଗୁଣ୍ଠା ମିଡ଼ିଆ କ୍ଲବର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ମିଡ଼ିଆ କ୍ଲବ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇ ଯାଇଛି । ମିଡ଼ିଆ କ୍ଲବର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ପରେ ଉପସ୍ଥିତ ସମସ୍ତେ ଏକ ସ୍ୱରରେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତା ଓ ଦେଶର ବରପୁତ୍ର ମାନଙ୍କର ଜୟ ଗାନ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ବେଲଗୁଣ୍ଠା ପୋଲିସ ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ,ପୂର୍ବତନ ନଗର ପାଳ ଚନ୍ଦ୍ରମଣି ସାମଲ,ବିଶିଷ୍ଟ ଗୋଷ୍ଠି ସଙ୍ଗଠକ ତଥା ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ୨୦୨୧ ଭି.ଦେବୀପ୍ରସାଦ ପାତ୍ର, ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ରବୀନ୍ଦ୍ର ନାଥ ଚୋୖଧୁରୀ ପ୍ରମୁଖ ଯୋଗ ଦେଇ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଭାରତର ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ସହ ଦେଶ ମାତୃକା ପାଇଁ ଥିବା ଦାୟିତ୍ୱବୋଧ ନିର୍ବାହ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।ଏହି ଅବସରରେ ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତି ସମସ୍ତେ ସମ୍ମାନ ପ୍ରଦର୍ଶନ ସହ ଏହାର ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମିଡ଼ିଆ କ୍ଲବ ଉପସଭାପତି ମନୋଜ କୁମାର ଗୌଡ଼, କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ,ସମ୍ପାଦକ ନବକିଶୋର ମହାରଣା , ସହସମ୍ପାଦକ ଭାସ୍କର ସୁବୁଦ୍ଧି,ବରିଷ୍ଠ ସଭ୍ୟ ଆଶିଷ କୁମାର ଗୌଡ଼,ଧୋବା ବରାଡ଼, ସୁନୀଲ କୁମାର ପାଣିଗ୍ରାହୀ, ଜିତେନ୍ଦ୍ର ଚୌଧୁରୀ,ନିଲୁ ବିଷୋୟୀ,କୁମାର କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖଙ୍କ ସହ କ୍ଲବର ଉପକମିଟିର ସଭ୍ୟ ଭି.ସଞ୍ଜୀବ କୁମାର ପାତ୍ର, ଅଖଣ୍ଡଳମଣି ପାତ୍ର, ଗୋଷ୍ଠି ଯୁବ ସଙ୍ଗଠକ ରମେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here