ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ବିତରଣ ଉତ୍ସବ

0
331

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ମାଣିତରା ନୋଡାଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ବିତରଣ ଉତ୍ସବ ନଭେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯଥାକ୍ରମେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବିଶ୍ବାଳ ଓ ଅନିଲ କୁମାର ମହାରଣା ଯୋଗଦେଇ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ମାଧମିକ ବିଭାଗ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ,ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଓ ଶୁଭଶ୍ରୀ ପ୍ରଧାନ, ଏବଂ ସହକାରୀ ଶିକ୍ଷକ ରଙ୍କନିଧି ସେଠୀ ଓ ବାମଦେବ ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ଏଥି ସହ ବରିଷ୍ଠ କିରାଣୀ ଭଗବାନ ଜେନା ଓ ଚାପରାଶି ମଞ୍ଜୁଳା ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ଯୋଗୁଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ବିଦ୍ୟାଳୟର ଭଲ ପରୀକ୍ଷା ଫଳ ପାଇଁ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ବିଦ୍ୟାଳୟ ଓ ଅଭିଭାବକ ପ୍ରଭୃତିଙ୍କ ଅବଦାନ ଥିବା ବେଳେ ସେମାନଙ୍କୁ ଉତ୍ସାହିତ କରବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁଏହି ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି। ଏହିପରି ପୁରସ୍କାର ପ୍ରଦାନ ଯୋଗୁଁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ଉନ୍ନତ ମାନର ଶିକ୍ଷାଦାନ ପାଇଁ ପ୍ରତିଯୋଗିତା ମୂଳକ ବାତାବରଣ ସୃଷ୍ଟି ହେବ ବୋଲି ସରକାର ଆଶା କରିଛନ୍ତି।

LEAVE A REPLY

Please enter your comment!
Please enter your name here