ଗଞ୍ଜାମ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା ଶୈଳୀ ପରଖିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

0
249

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତ , ବ୍ଲକ୍ ଅଞ୍ଚଳ ମାନଙ୍କରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କିଭଳି ସମସ୍ତେ ସଜାଗ ରହିବାକୁ ହେବ ଓ ବିପତ୍ତି ଆସିଲେ ତାହାକୁ କିଭଳି ମୁକାବିଲା କରିବାକୁ ହେବ ତଥା ଜନ ଜୀବନକୁ କେଉଁ ପରିଭାବେ ସୁରକ୍ଷିତ ରଖିବା ସେଥିନେଇ ମଗ୍ ଦ୍ରିଲ ମାନ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ନିର୍ଦ୍ଦେଶ ପ୍ରକାରେ ପ୍ରତିବର୍ଷ ଜୁନ ୧୯ ତାରିଖ ଦିନ ବିପର୍ଯ୍ୟୟ ମୁକାବିଲା କରିବା ନିମିତ୍ତ ମଗ୍ ଡ୍ରିଲ୍ ଅଭ୍ୟାସ କରାଯାଏ ।
ଗଞ୍ଜାମ ଜିଲ୍ଲାର ୧୦୫ ଗୋଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ଆଜି ମଗ୍ ଡ୍ରିଲ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏହି ମଗ୍ ଡ୍ରିଲ ଗଞ୍ଜାମ ବ୍ଲକର ଶତ୍ରୁସଲ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରସ୍ଥଳୀରେ ଅନୁଷ୍ଠିତହୋଇଥିଲା । କିଭଳି ବାତ୍ୟା କିମ୍ବା ବନ୍ୟା ଆସିଲେ ଏହି ବିପର୍ଯ୍ୟୟର ମୁକାବିଲା କିଭଳି କରିବାକୁ ହେବ ତାହା ସାମରିକ ଅଭ୍ୟାସ ମାଧ୍ୟମରେ ଏହିଠାରେ ପ୍ରଦର୍ଶନ କରାଯାଇ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହିଠାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ଉଦ୍ଧାର କରାଯାଇଥାଏ ତାହାର ସାମରିକ କୌଶଳ ପ୍ରଦର୍ଶିତ ହୋଇଥିଲା।ଅଗ୍ନିଶମ ବିଭାଗ, ଓଡ୍ରାଫ, ସ୍ଵୟଂସିଦ୍ଧା ଓ ଗ୍ରାମବାସୀ ଗଣ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦ୍ଵାରା ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରାଯାଇ ସେଗୁଡ଼ିକର କାର୍ଯ୍ୟ କ୍ଷମତା ସମ୍ପର୍କରେ ଅବଗତ କରାଯାଇଥିଲା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସ୍ବୟଂସିଦ୍ଧା ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ ।
ଚଳିତ ବର୍ଷର ଏହି ମଗ୍ ଡ୍ରିଲ ପରଖିବାକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପର୍ଯ୍ୟବେକ୍ଷକ ନଦିମ ଅରଶଦ୍ ଏବଂ ଡକ୍ଟର ସଞ୍ଜୟ କୌଶଲ ମଗ୍ ଡ୍ରିଲ ନିରୀକ୍ଷଣ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ବିପର୍ଯ୍ୟୟ ପରିଚାଳନା ଗତ ସମସ୍ତ କାର୍ଯ୍ୟାବଳିକୁ ନିଜ ନିଜ ବକ୍ତବ୍ୟରେ ଭୂୟସି ପ୍ରଶଂସା କରି ଥିଲେ । ଉପସ୍ଥିତ ସମସ୍ତ ଜନସାଧାରଣ ବିପର୍ଯ୍ୟୟ ପ୍ରଶମନ ଦିଗରେ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ ।
ଆଜିର ଏହି ଜିଲ୍ଲା ସ୍ତରୀୟ ମଗ୍ ଡ୍ରିଲ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓସଡମା ର ସିଜିଏମ ସବ୍ୟସାଚି ହୋତା, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର , ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନିକାନ୍ତ ଭୂୟାଁ, ବିଡିଓ, ତହସିଲଦାର , ପଞ୍ଚାୟତ ସମିତି ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି, ଅଗ୍ନିଶମ ବିଭାଗ ଅଧିକାରୀ, ଓଡ୍ରାଫ ଅଧିକାରୀ , ସ୍ୱୟଂସିଦ୍ଧା,ଗ୍ରାମବାସୀ ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here