ପୋଲସରାରେ ଶିଶୁ ସମ୍ପର୍କ ରଥର ଶୁଭାରମ୍ଭ

0
254

ପୋଲସରା(ଅନିଲ କୁମାର ମହାରଣା) ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ଵେଛାସେବୀ ଅନୁଷ୍ଠାନ ଅରୁଣାର ମିଳିତ ଆନୁକୁଲ୍ୟରେ ଶିଶୁ ସୁରକ୍ଷା ସମସ୍ୟାର ସମାଧାନ ଓ ଶୈଶବ ସମୟରେ ଶିଶୁ ଅଧିକାର ଗୁଡିକର ସୁରକ୍ଷା ପାଇଁ ଶିଶୁ ସମ୍ପର୍କ ରଥ ଓ ଜାତୀୟ କନ୍ୟା ଶିଶୁ ସପ୍ତାହ ରଥ ମଙ୍ଗଳବାର ପୋଲସରା ବ୍ଲକ ଓ ଏନ୍.ଏ.ସି ରେ ପରିକ୍ରମା କରିବା ଶୁଭାରମ୍ଭ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ ପୂର୍ବକ ସବୁଜ ପତକା ଦେଖାଇ ଉଭୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ପୋଲସରା ବ୍ଲକର ହାତିଓଟ, କଳମ୍ବ, ମଥୁରା, ବନ୍ଥପଲି, ବେଲଗାଁ, ବର୍ତ୍ତିନି, ସୋଡ଼କ ସମେତ ପୋଲସରା ଏନ୍.ଏ.ସି ର ବିଭିନ୍ନ ଓ୍ବାଡ଼ରେ ପରିକ୍ରମରେ କରିଥିଲା । ସରକାରଙ୍କ କିଶୋର ନ୍ୟାୟ ଅଧିନିୟମ ଅନୁସାରେ ୧୮ ବର୍ଷରୁ କମ୍ ପିଲାଙ୍କୁ ଶିଶୁ କୁହାଯାଏ । ଶିଶୁ ବଞ୍ଚିବାର ଅଧିକାର ଏବଂ ତାହାର ବିକାଶ ଓ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକତା ରହିଛି ବୋଲି ପୋଲସରା ସିଡିପିଓ କୁନ୍ତଳା କୁମାରୀ ନାୟକ ଉପସ୍ଥିତ ଜନସାଧାରଣ ମାନଙ୍କୁ ବୁଝାଇ କହିଥିଲେ । ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରିବାପାଇଁ ଶିଶୁ ସମ୍ପର୍କ ରଥ ପରିକ୍ରମା ମାଧ୍ୟମରେ ସମସ୍ତ ଶିଶୁ କିପରି ଶିକ୍ଷା ଦାନରୁ ବଞ୍ଚିତ ନହେବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ବିଧାୟକ ଶ୍ରୀ ସାହୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଶିଶୁଙ୍କ ବିକାଶ ଓ କନ୍ୟା ରତ୍ନର ସୁରକ୍ଷା ସହ ଶିଶୁ ଶ୍ରମିକ ବନ୍ଦ କରିବା , ବାଲ୍ୟବିବାହ ବନ୍ଦ କରିବା ପ୍ରଭୃତି ଦିଗ ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା । ଏପରିକି ଅବହେଳିତ ଶିଶୁଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନା , କନ୍ୟା ଶିଶୁଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଶିଶୁ ଓ କନ୍ୟା ମାନବକୁ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଞ୍ଚାୟତର କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଡ଼ିଓ ଶମ୍ଭୁନାଥ ନନ୍ଦୀ । ଉକ୍ତ କାର୍ଯ୍ୟକ୍ରମକୁ ଅରୁଣା ର ପ୍ରକଳ୍ପ ଅଧିକାରୀ ଦେବୀଦତ୍ତ ରଥ ପରିଚାଳନା କରିଥିବା ବେଳେ, ଶିବପ୍ରସଦ ରଥ, ସୂର୍ଯ୍ୟସ୍ମିନ କୁମାର ପଣ୍ଡିତ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ଏନ୍.ଏ.ସି ର ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା , ଜିଲ୍ଲା ବିଜେଡି ସଂପାଦକ ଗୋପାଳ କୃଷ୍ଣ ସାହୁ , ସଂପାଦକ ବାବୁଲା ପଟ୍ଟନାୟକ , ସହ ସଂପାଦକ ରତ୍ନାକର ସାହୁ ସମେତ ଅଙ୍ଗନବାଡ଼ି କର୍ମୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here