ସଡକ ସୁରକ୍ଷା କାର୍ଯ୍ୟକ୍ରମ

0
326

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁଥ ରେଡ଼ କ୍ରସ କାଉନସିଲର ଅଧ୍ୟାପକ ରାମ ଚନ୍ଦ୍ର ବିଷୋୟୀ ଙ୍କ ତତ୍ୱାବଧାନ ରେ ଅୟୋଜିତ କାର୍ଯ୍ୟକ୍ରମରେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଅଧ୍ୟକ୍ଷ ଅନୀଲ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କର ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ବିଭିନ୍ନ ପ୍ଲାକାର୍ଡ ମାନ ଧରି ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ସଚେତନତା ର ସ୍ଲୋଗାନ ଦେଇ ଜରଉ ଛକ, ବ୍ଲକ ଲାଇନ, ସୋରଡା ଥାନା,ଗଣିଛକ,ରଥ ଛକ, ବଡ଼ଦାଣ୍ଡ, ଆଡ଼ପମଣ୍ଡପ,ଶଶୀଭୂଷଣ ଛକ, କାଳି ମନ୍ଦିର ରାସ୍ତା ଦେଇ ବିଦ୍ୟାଳୟ ରେ ପହଞ୍ଚିଥିଲା। ୟୁଥ ରେଡ଼ କ୍ରସ କାଉନ୍ସିଲର ଅଧ୍ୟାପକ ରାମ ଚନ୍ଦ୍ର ବୋଷୋୟୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସିତାରାମ ଗୌଡ଼,ଅଧ୍ୟାପକ ବିଶ୍ୱେଶ୍ୱର ମହାପାତ୍ର, କର୍ମଚାରୀ ଅରୁଣ କୁମାର ସ୍ୱାଇଁ,ମିନତୀ ପଣ୍ଡା,ରବୀନ୍ଦ୍ର କୁମାର ପ୍ରଧାନ,ଓ ଟୁନା ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here