କୁକୁଡ଼ାଖଣ୍ଡୀ ବ୍ଲକରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0
297

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର):କୁକୁଡ଼ାଖଣ୍ଡୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ ୧୯ ନିୟମ ମୁତାବକ ସମଦୁରତା ରକ୍ଷା କରି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଏଇ ସୁଜିତ କୁମାର ତହଲ,ବରିଷ୍ଠ କିରାଣୀ ସାହେବ ଶବର,ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଗିରିଧର,ଜେଇ ଅଚ୍ୟୁତାନନ୍ଦ ପଟ୍ଟନାୟକ ,ବିଏସଏସଓ ସୁକାନ୍ତ କୁମାର ନାୟକ,ଜିପିଓ କାନୁଚରଣ ବେହେରାଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଜେଇ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।ସେହିପରି ଆଙ୍କୁଶପୁର ସ୍ଥିତ ସଦର ଥାନା ପରିସରରେ ସଦର ଥାନା ଅଧିକାରୀ ସନ୍ତୋସିନି ଓରାମ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।ସେହିପରି ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ, ଏସଏମଆଇଟି,କୁକୁଡ଼ାଖଣ୍ଡି ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ,କୁସୁମି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା lଏହି ଅବସରରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଜଗନ୍ନାଥ ମହାରଣା ଜାତୀୟ ପତାକା ଉତୋଳନ କରିଥିବା ବେଳେ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ମଧୁସୂଦନ ମିଶ୍ର, ରାଜେଶ ପ୍ରଧାନ,ଦୀପକ ଆଚାରି, ସ୍ଵର୍ଣଲତା କର,ଗୌତମ ସାହୁଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ।ପତାକା ଉତ୍ତୋଳନ କରିବା ସହ ସଙ୍ଗୀତ ଗାନ କରିଥିଲେ lତେବେ ଏଥି ପୂର୍ବରୁ କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ସ୍ତରରେ ହୋଇଥିବା ସଙ୍ଗୀତ,ରଚନା ଓ ଵକୃତା ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here