ସାଧାରଣତନ୍ତ୍ର ଦିବସରେ ପାରିବାରିକ ରକ୍ତଦାନ ଶିବିର

0
530

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରାଉତି ଗ୍ରାମରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ କେଶବ ଚନ୍ଦ୍ର ସାହୁଙ୍କ ଘରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପି. କାହ୍ନୁ ଚରଣ ସେନାପତି ଓ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ନାୟକଙ୍କ ଦ୍ଵାରା ରକ୍ତଦାନ ଶିବିର ଉଦଘାଟନ ହୋଇଯାଇଛି । କେଶବ ଚନ୍ଦ୍ର ସାହୁଙ୍କ ପୁତ୍ର ସ୍ଵେଚ୍ଛାସେବୀ ସିମାଞ୍ଚଳ ସାହୁ (ଭଞ୍ଜ) ଙ୍କ ନେତୃତ୍ଵରେ ନିଜ ପରିବାର ଓ ବନ୍ଧୁ ବାନ୍ଧବ ଓ କଲେଜର ବହୁ ପୁରାତନ ଛାତ୍ର ମାନଙ୍କ ପୂର୍ଣ୍ଣ ସହଯୋଗରେ ୧୨ ଜଣ ମହିଳାଙ୍କ ସମେତ ୭୦ ଜଣ ରକ୍ତ ଦାନ କରିଥିଲେ। ଏହି ଶିବିରରେ ବସନ୍ତ କୁମାର ସାହୁ, କାର୍ତ୍ତିକ ପାତ୍ର, ସୁଶାନ୍ତ କୁମାର ପ୍ରଧାନ, ଚିତ୍ରସେନ ପ୍ରଧାନ, ଚନ୍ଦନ କୁମାର ସେନାପତି, ମାଧୁରୀ ସାହୁ, ରଜନୀ ସେଠି, ସନ୍ତୋଷ ଗୌଡ, ଟୁକୁନା ଦାସ, ସନ୍ତୋଷ କୁମାର ସାହୁ, ତ୍ରିଲୋଚନ ସାହୁ, ସୀମାଞ୍ଚଳ ସାହୁ, ପ୍ରଫୁଲ୍ଲ ସେଠି, ଜିତେନ୍ଦ୍ର ଗୌଡ, କେଦାର ନାୟକ, ଅକ୍ଷୟ କୁମାର ସାହୁ, କିଶୋର ଚନ୍ଦ୍ର ସାହୁ, ରାଜୀବ କୁମାର ପଣ୍ଡା, ସଂଜୟ କୁମାର ପ୍ରଧାନ, ଲକ୍ଷ୍ମୀ ସାହୁ, ପ୍ରଭାତ ସାମଲ, ଅଲେଖ ଚନ୍ଦ୍ର ପ୍ରଧାନ, ବିଦେଶୀ ମାଝୀ, ଯୋଗେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ରଞ୍ଜନ କୁମାର ସିଂଙ୍ଗ, କାହ୍ନୁ ଚରଣ ନାୟକ, ସୁଭାସିସ ପ୍ରଧାନ, ଗୀତାଞ୍ଜଳି ମହାପାତ୍ର, ସବିତା ନାୟକ, ସଂଘମିତ୍ରା ଦାସ, ତପନ କୁମାର ସେନାପତି, ସରୋଜ କୁମାର ସାହୁ, ସରୋଜ କୁମାର ବେହେରା, ଉଗ୍ରସେନ ବେହେରା, ଯତୀନ ରାଜ ଭଞ୍ଜ, ବିକ୍ରମ ଗୌଡ, ସତ୍ୟବାନ ନାୟକ, ଜଗନ୍ନାଥ ମାର୍ଥା, ଅଞ୍ଜନ କୁମାର ସାହୁ, ରଞ୍ଜନ ପାତ୍ର, ବିରେନ୍ଦ୍ର ବେହେରା, ମଦନ ମୋହନ ମହାରଣା, ରଜନୀ କାନ୍ତ ସାହୁ, ମନୋଜ କୁମାର ସାହୁ, ସିମାଞ୍ଚଳ ସାହୁ, ପି. ସୁଜାତା ସେନାପତି, ପଞ୍ଚୁ ସାହୁ, ଦିଲ୍ଲୀପ କୁମାର ସାହୁ, ଏ ଶ୍ରଦ୍ଧାଞ୍ଜଳୀ ପାତ୍ର, ପି. ଲୋକନାଥ ସେନାପତି, ଏ. କୁନା ପାତ୍ର, ବିବେକାନନ୍ଦ ନାୟକ, ଗୋବିନ୍ଦ ରାଉତ, ଜିତେନ୍ଦ୍ର କୁମାର ପ୍ରଧାନ, ପବିତ୍ର ନାୟକ, ସିଦ୍ଧାର୍ଥ କୁମାର ଗୌଡ, ରଜନୀ ସାହୁ, ସୀମାଞ୍ଚଳ ସାହୁ, ବୁଦ୍ଧଦେବ ଡାକୁଆ, ସୁମିତ୍ରା ସାହୁ, ବଦ୍ରିନାଥ ସାହୁ, ଗିରିଧାରୀ ଡାକୁଆ, ରୀତାଞ୍ଜଳୀ ସେଠି, ଯୁଗଳ ପ୍ରଧାନ, ରାକେଶ କୁମାର ସାହୁ, ନିରଞ୍ଜନ ଭଞ୍ଜ, ରବିନାରାୟଣ ସୁବୁଦ୍ଧି, ବୁଦ୍ଧିମନ୍ତ ସାହୁ ଓ ସନ୍ଧ୍ୟାରାଣୀ ସାହୁ ରକ୍ତଦାନ କରିଥିଲେ। ରେଡକ୍ରସ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନର ସଭାପତି ସରୋଜ କୁମାର ନାୟକ ଓ ସମାଜ ସେବୀ ପ୍ରଦୀପ କୁମାର ସେନାପତି, ସ୍ଵେଚ୍ଛାସେବୀ ଦେବାଶୀଷ ଷଡଙ୍ଗୀ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରକ୍ତଦାତା ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡଃ ଦିବାକର ଷଡଙ୍ଗୀ ଓ ଆୟୋଜକ ଙ୍କ ପିତା ମାତା ପ୍ରସଂଶା ପତ୍ର ପ୍ରଦାନ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରରୁ ଆସିଥିବା ଦୁଃଖୀଶ୍ଯାମ ମହାପାତ୍ର ଚିତ୍ତ ରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, କିଶୋର ଚନ୍ଦ୍ର ବେହେରା, ସିମାଞ୍ଚଳ ସେଠି, ନାରାୟଣ ପାଢି ଓ ପ୍ରମୋଦ କୁମାର ପ୍ରଧାନ ରକ୍ତ ସଂଗ୍ରହ କରି ଭଞ୍ଜନଗର ରକ୍ତ ଭଣ୍ଡାର କୁ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଜଗନ୍ନାଥ ପ୍ରଧାନ, ଆଲ୍ଲାଦିନି ପ୍ରଧାନ, ସ୍ନେହଲତା ପ୍ରଧାନ, ଗୀତାଞ୍ଜଳି ସାହୁ ଓ ନିରୁପମା ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ। ଆମ ଅଞ୍ଚଳରେ ଗୋଟିଏ ପରିବାରରେ ପ୍ରଥମ କରି ଏପରି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଯୋଗୁଁ ଯୁବ ରେଡକ୍ରସ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here