ଦୁର୍ଘଟଣା ଘଟି ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ

0
495

ଭଞ୍ଜନଗର(ନିଲୁ ବିଶୋଇ):ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମ ପଞ୍ଚାୟତ ର ବାଲିଆ ପଟା ଫିୟୁଜ ସେଣ୍ଟର ରେ ଇଲେକ୍ଟ୍ରିକ କାମ କଲାବେଳେ ଦୁର୍ଘଟଣା ଘଟି ପଞ୍ଚାନନ ରାୟଗୁରୁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରାୟଗୁରୁ ଫିୟୁଜ ସେଣ୍ଟର କାମ କରୁଥିବା ବେଳେ କୌଣସି କାରଣରୁ ସଟ୍ସସର୍କିଟ ଘଟି ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଂଗେ ସଂଗେ ୧୦୮ ଆବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତି କରାଯାଇଥିଲା। ଦୁର୍ଘଟଣାରେ ତାଙ୍କର ୨ହାତ ପୋଡି ଯାଇଛି। ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here