ବିମାନବନ୍ଦର ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୪୦୦୦ ପୋଷ୍ଟକାର୍ଡ ଗଲା,ବ୍ରହ୍ମପୁରରୁ ୧୦୦୦୦ ପଠାଯିବାକୁ ନିଷ୍ପତ୍ତି

0
354

ବ୍ରହ୍ମପୁର() ବ୍ରହ୍ମପୁର ଠାରେ ବିମାନବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ରହ୍ମପୁର ନୁଆଁ ବସଷ୍ଟାଣ୍ଡ ଠାରେ ଚତୁର୍ଥ ପର୍ଯ୍ୟାୟ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ତଥା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁରଠାରେ ବିମାନବନ୍ଦର ସ୍ଥାପନ ନେଇ ସମସ୍ତ ଯୁକ୍ତି ସଂଗତ ସର୍ତ୍ତ ନିୟମାବଳୀ ଥିବାସତ୍ୱେ ଦକ୍ଷିଣ ଓଡିଶାବାସୀଙ୍କ ଏହି ଦାବି ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ନଦେବା ନୈରାଶ୍ୟ ର କାରଣ ବୋଲି ଆଜି ପଥପ୍ରାନ୍ତସଭାରେ ମତପ୍ରକାଶ ପାଇଛି l ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଅବନୀ ଗୟା ଙ୍କ ସମେତ ଡ଼ା. ଅଶୋକ କୁମାର ଦାଶ, କିଶୋର କୁମାର ମହାନ୍ତ, ବି. ସ୍ୱରାଜ୍ୟ ସୁବୁଦ୍ଧି, ସୁଷମା ପଣ୍ଡା, ଜାମୁଲl ସୁରେଶ, ହିମାଂଶୁ ଶେଖର ପାଢ଼ୀ, ଗଗନ ଚନ୍ଦ୍ର ମଲ୍ଲିକ, ଏସ. କେଶବ ଲିଙ୍ଗମ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଡ଼ଃ. ଡମ୍ବୁରୁ ଧର ସାହୁ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଆଜି ବକ୍ତବ୍ୟ ପ୍ରଦାନ କରିବାସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ବର୍ତମାନ ସୁଦ୍ଧା ଦସ୍ତଖତ ହୋଇଥିବା 4000ପୋଷ୍ଟକାର୍ଡ କୁ ଆଜି ମୁଖ୍ୟ ଡାକଘରୁ ପ୍ରେରଣ କରାଯାଇଛି l ବ୍ରହ୍ମପୁରରୁ 10000ପୋଷ୍ଟକାର୍ଡ ପଠାଯିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି l

LEAVE A REPLY

Please enter your comment!
Please enter your name here