ରେଡ୍ଡୀ ସମାଜକୁ ପଛୁଆ ବର୍ଗ ତାଲିକାଭୁକ୍ତ ନେଇ ସ୍ମାରକପତ୍ର ପ୍ରଦାନ

0
305

ଭୁବନେଶ୍ୱର:ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ବସବାସ କରୁଥିବା ରେଡ୍ଡୀ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ନେଇ ଗତକାଲି ରେଡ୍ଡୀ ସଂଘମ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ରେଡ୍ଡୀ ସଂଘମ ଚାରି ଜିଲ୍ଲାର ସଭାପତି ସିଂ . ଏଚ୍ . ଡିଲେଶ୍ବର ରେଡ୍ଡୀଙ୍କ ନେତୃତ୍ୱରେ ଚାରିଗୋଟି ଜିଲ୍ଲା ଯଥା ପୁରୀ , ଖୋର୍ଦ୍ଧା , ଗଞ୍ଜାମ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସମସ୍ତ ଜୋନ୍ ସଭାପତି , ସଂପାଦକ ଏବଂ ସମସ୍ତ ଜିଲ୍ଲା ଅଧିନସ୍ଥ ୨୩ ତାଲୁକାର ସମସ୍ତ ସଭାପତି , ସଂପାଦକ , ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ରେଡ୍ଡୀ ସମାଜର ଉନ୍ନତି କାମନା ଉଦ୍ଦେଶ୍ୟରେ ଭୁବନେଶ୍ବର ସ୍ଥିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ସମାଜର ମୌଳିକ ସମସ୍ୟା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିସହ ଓଡ଼ିଶା ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ତଥା ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ମଧ୍ୟ ଏହାର ଏକ ଅବିକଳ ଦାବିପତ୍ର ପ୍ରଦାନ କରି ଫେରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଚାରୋଟି ଜିଲ୍ଲାର ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଚାରି ତାଲୁକା ସଭାପତି ଏମ୍ . ନୀରଞ୍ଜନ ରେଡ୍ଡୀ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here