ମହାପୁରୁଷ ମହମ୍ମଦଙ୍କର ଜନ୍ମଉତ୍ସବ ପାଳନ କରିବା ପାଇଁ କମିଟି ଗଠିତ।

0
734

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ): ସ୍ଥାନୀୟ ଜାମା ମସଜିଦ କମିଟି ତରଫରୁ ଜାମା ମସଜିଦ ପ୍ରାଙ୍ଗଣରେ ଇଦ-ମିଲାଦୁନ-ନବୀ କମିଟିର ଗଠନ ଜନାଵ ହାଜି ସବୀର ହସନ ସାହେବଙ୍କ ସଭାପତିତ୍ୱରେ ହୋଇଯାଇଛି। ବୈଠକରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମୁସଲମାନ ଭାଇମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ବର୍ଷ କମିଟି ଗଠନ କରାଯାଇଥାଏ। ଗତ ୪ବର୍ଷରୁ ଉର୍ଦ୍ଧ ସମୟ ହେଲା ଉକ୍ତ କମିଟିର ଦାୟିତ୍ବ ସୁଚାରୁ ରୂପେ ତୁଲାଇ ଆସୁଥିବାରୁ ସଭାପତି ଜନାଵ ଗ୍ୟାଉସ ବେଗ ଓ ସମ୍ପାଦକ ମହମ୍ମଦ ଫାଇଜ ଖାନଙ୍କୁ ପୁଣି ଥରେ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଗଲା । ଗଠିତ କମିଟିରେ ହାଜି ରାଶିଦଙ୍କୁ ଉପସଭାପତି, ସାଇଦ ଖାଁଙ୍କୁ କୋଷାଧ୍ୟକ୍ଷ, ତାଜ ମହମ୍ମଦଙ୍କୁ ଯୁଗ୍ମ ସମ୍ପାଦକ, ଉପଦେଷ୍ଟା ଭାବେ ଖାଜା ସାମସୁଦ୍ଦିନ, ମୁନିର ବେଗ, ଇଲ୍ଲିୟାସ ଅହମ୍ମଦ ଖାନ,ସାୟାଦ ଇକବାଲ,ସଭ୍ୟ ଭାବେ ଶେଖ ତାବୁଦ୍ଦିନ, ଆବଲ ବେଗ,ରିୟାଜ ବେଗ,ସାହାନବାଜ ବେଗ,ହାବିବ ମହମ୍ମଦ,ଆବଦୁଲ ଆରେମ,ସାୟାଦ ସାହାନବାଜ, ଜାକିର ହୁସେନ,ଏଜାକ ବେଗ,ଖାଦିର ବେଗ,ଆସିଫ ଏହମ୍ମଦ ସରିଫ। ଉକ୍ତ ସଭାରେ ଶତାଧିକ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ। ପରିଶେଷରେ ମହମ୍ମଦ ଫାଇଜ ଖାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here