ହୁଗୁଳାପଟ୍ଟାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

0
305

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତରେ ଆଜି ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶିଶୁ କନ୍ୟା ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ହୁଗୁଳାପଟ୍ଟା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ମଲଣା ସଭାପତିତ୍ୱ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିଜୟ କୁମାର ସୁବୁଦ୍ଧି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଆୟୁଷ ଡାକ୍ତର ସୁନିତା ପ୍ରଧାନ, ଆଇସିଡିଏସ୍ ସୁପ୍ରଭାଇଜର୍ ଶ୍ରୀମତୀ ଉମା ପାତ୍ର, ଏସ୍ ଆଇ ଭଗବାନ ମହାପାତ୍ର, ଏଏନଏମ୍ ଗୀତାଞ୍ଜଳି ଶତପଥୀ, ସୁଜାତା ରାଣୀ ଦାସ, ଗୀତରାଣୀ ସାହୁ, ପିଇଓ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଜିଆରଏସ୍ ଯତୀନ୍ କୁମାର ପାଢୀ,ନାୟବ ସରପଞ୍ଚ ଅସରୀ ସାହୁ, ଏ. ସୁମନ ବାବୁରାଓ ଓ ବିପିନ କୁମାର ପ୍ରଧାନ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସୁନା ଗହଣାକୁ ଯେପରି ଯତ୍ନ ନେଉଛନ୍ତି ସେହିପରି କନ୍ୟା ସନ୍ତାନକୁ ମଧ୍ୟ ଯତ୍ନ ନେବା ଆବଶ୍ୟକ ଅଟେ।ଏହି ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି ।କନ୍ୟା ସନ୍ତାନ ହିଁ ଅମୂଲ୍ୟ ରତ୍ନ ” ଅଟେ ବୋଲି କହିଥିଲେ।ଏହି ଅବସରରେ ଯୋଗ ଦେଇଥିବା ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନେ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ।ପରିଶେଷରେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ କନ୍ୟା ସନ୍ତାନ ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇ ଲୋକଙ୍କୁ ସଚେତନତା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here