ଓଡିଶା ପାଇପ ଜଳ ଯୋଗାଣ ଆସ୍କା ପରିମଳ ଖଣ୍ଡ ପକ୍ଷରୁ ଜରୁରୀ ବୈଠକ

0
389

ଆସ୍କା(ଜଗନ୍ନାଥ ସାହୁ)ଆସ୍କା ମକୁନ୍ଦପୁର ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଓଡିଶା ପାଇପ ଜଳ ଯୋଗାଣ ଆସ୍କା ପରିମଳ ଖଣ୍ଡ ପକ୍ଷରୁ ଏକ ବୈଠକ ଆୟୋଜିତ ହେଇଯାଇଛି |ଏହି ବୈଠକରେ ଜିଲ୍ଲା ର 22ଟି ବ୍ଲକ ର ଗ୍ରାମ୍ୟ ଯୋଗାଣ ପରିମଳ ସଂସ୍ଥା ର ସ୍ୱାଭିମାନୀ କାରିଗରୀ କର୍ମଚାରୀ ଉପସ୍ଥିତ ରହି ଓଡିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲାରେ କିପରି ପାଇପ କର୍ମଚାରୀ ସଙ୍ଘ କୁ ସୁଦୃଢ କରି ସଙ୍ଘ କୁ ମଜବୁତ କରିବା ସହ ସରକାର ଙ୍କ କର୍ମଚାରୀ ମାରଣ ନୀତି ବିରୁଦ୍ଧରେ ସ୍ୱର କୁ ଶାଣିତ କରିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ନାଥ ଭଞ୍ଜଦେଓ, ସୁରେନ୍ଦ୍ର ନାଥ, ପ୍ରମୋଦ ପାଣିଗ୍ରାହୀ, ନାରାୟଣ ବିଶ୍ୱାଳ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ |

LEAVE A REPLY

Please enter your comment!
Please enter your name here