ସୁମଣ୍ଡଳ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
274

ବେଗୁନିଆପଡା(ଦେବାଶିଷ ମହାରଣା ) ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ମହିଳାଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସହ ନାରୀ ଆଗଭଳି ଆଉ ଘରର ଏରୁଣ୍ଡି ଭିତରେ ନ ରହି ନିଜେ ସ୍ୱାବଲମ୍ବୀ ହେବାର ସୁଯୋଗ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବୋଲି ସେ କହିଥିଲେ । ବିଜୁ ଜନତା ଦଳ ପ୍ରଥମେ ମା’କୁ ସନମାନ ଦେବାସହ ଗାଁ କୁ କାମ ଯୋଗାଇ ଦେଉଛନ୍ତି ଏବଂ ୮୦ ଲକ୍ଷ ମା ମାନେ ମିଶନ ଶକ୍ତି ମଧ୍ୟମରେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କୋଭିଡ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ସମସ୍ତ ମା ମାନଙ୍କୁ ବିଧାୟିକା ଧନ୍ୟବାଦ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା,ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳି ଭୂୟାଁ,ବ୍ଲକ ବିଜେଡି ମହିଳା ସଭାପତି ମଧୁମିତା ସାହୁ,ଉପ ସଭାପତି ମାଧୁରୀ, କବିସୂର୍ଯ୍ୟନଗର ପୂର୍ବତନ ନଗରପାଳ ଲକ୍ଷ୍ମୀପ୍ରିୟା ସାହୁ ଉପସ୍ଥିତ ଥିଲେ । ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here