ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ସହ କାର ଜବତ: ୩ ଅଭିଯୁକ୍ତ ଗିରଫ

0
254

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେନି ଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ନେଡ଼ିପଦର ଅଞ୍ଚଳର ପ୍ରକାଶ ସାହୁ, ବିନିକିମେଣ୍ଡି ଗ୍ରାମର କଷ୍ଟ ରଣା, ଶିଶୁ ରଣା ବୋଲି ଗୋଛାପଡା ଥାନା ଅଧିକାରୀ ରଣଜିତ କ୍ରମାର ମୁନୀ କହିଛନ୍ତି । ଏମାନେ କାର ଯୋଗେ ଏ ସବୁ ଚୋରା ଗଞ୍ଜେଇ କୁ ଫୁଲବାଣୀ ଆଡକୁ ଆଣିବା ପାଇଁ ଯୋଜନା କରୁଥିଲେ ବୋଲି ଥାନା ଅଧିକାରୀ ମୁନୀ ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ରାଜ୍ୟପୋଲିସ ମହାନିର୍ଦ୍ଦେଶକ ଅଭୟ ଫୁଲବାଣୀ ଗସ୍ତରେ ଆସି ଗଞ୍ଜେଇ ଚାଷକୁ ମୁଳୋତ୍ପାଟନ କରିବାକୁ କହିବାପରେ ପୋଲିସ ସକ୍ରିୟ ହୋଇପଡିଥିବା ଦେଖାଯାଉଛି । ଚୋରା ଗଞ୍ଜେଇ ମାଫିଆଙ୍କ ଉପରେ ପୋଲିସ ସତର୍କ ନଜର ରଖିଛି ଓ ଆଗକୁ ଚୋରା ଗଞ୍ଜେଇ ମାଫିଆଙ୍କୁ ସାବାଡ କରିବାପାଇଁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here