କାର୍ଗିଲ ବିଜୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
273

କୁକୁଡ଼ାଖଣ୍ଡି:ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ମାଟିର ପୁଅ ସହିଦ୍ ଏସ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ଠାରେ ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଉତ୍ସବ ପାଳନ କରାଯିବା ନିମନ୍ତେ ଜଗଦଳପୁର ଗ୍ରାମର ଯୁବକ ସଙ୍ଘ,ବୁଦ୍ଧିଜୀବୀ,ପଞ୍ଚାୟତର ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଏହି ପ୍ରସ୍ତୁତି ବୈଠକ ସ୍ଥାନୀୟ ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦେଶାତ୍ମକ ସଂଗୀତ,ବକୃତା ଏବଂ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉପସ୍ଥିତ ଶିକ୍ଷୟତ୍ରୀ ମାନଙ୍କୁ ଅନୁରୋଧ କରାଯାଇଥିଲା ।ଏହି ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଜୟ ଉତ୍ସବ ଦିବସରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।ଏହି ପରିପ୍ରେକ୍ଷୀରେ ଜଗଦଳପୁର ଗ୍ରାମରେ ସ୍ଥାନୀୟ ଛାତ୍ର ଓ ଯୁବକ ମାନଙ୍କ ମିଳିତ ସହଯୋଗରେ ସହିଦ୍ ଶ୍ରୀନିବାସ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି ।ଏହି ବୈଠକରେ ସ୍ଥାନୀୟ ସମିତିସଭ୍ୟ ବି.ରବୀନ୍ଦ୍ର ପାତ୍ର,ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ନାୟକ,ଯୋଗାଣ ସହାୟିକା ନକ୍ଷତ୍ରମାଳା ପ୍ରଧାନ, ନାୟବ ସରପଞ୍ଚ ଏସ୍.ମନୋଜ ପାତ୍ର,ପୁର୍ବତନ ସରପଞ୍ଚ ଏଲ. ପୁରୁଷୋତ୍ତମ ପାତ୍ର, ହାଡୁବନ୍ଧୁ ବେହେରା,କେ.ତ୍ରିନାଥ ପାତ୍ର,ସୁଦର୍ଶନ ସାହୁ,ରାମେୟା ପାତ୍ର,ମୁର୍ତ୍ୟୁଞ୍ଜୟ ସାହୁ,ନାଗେଶ ପାତ୍ର,ସିଏଚ୍.ମନୋଜ କୁମାର ପାତ୍ର,ଇ.ରଞ୍ଜନ,ଇଶ୍ୱର ସେଠୀ,ନାରାୟଣ ପ୍ରଧାନ,ସୁଦର୍ଶନ ପାଢ଼ୀ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପଣ୍ଡା, ଶୁଭଶ୍ରୀ ବେହେରା,ମିନତୀ ବେହେରା,ବାଉରୀବନ୍ଧୁ ପାତ୍ର,ଏଲ୍. ଭଦ୍ରିନାରାୟଣ ପାତ୍ର,ନାରାୟଣ ପ୍ରଧାନ,ଏଲ୍.ବିପ୍ଳବ ପାତ୍ର,ଶଙ୍କର ପାତ୍ର, ପବିତ୍ର ମୋହନ ବାଡତ୍ୟା, ସିଏଚ୍.ମିଟୁ ପାତ୍ର,ରାଜୁ ଦାସ,ଅର୍ଚ୍ଚନା ଦାସଙ୍କ ସମେତ ଅନ୍ୟ ୱାର୍ଡ ସଭ୍ୟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here