ମୃତକଙ୍କ ପରିବାରକୁ ସରକାରୀ ସହାୟତା ରାଶୀପ୍ରଦାନ କଲେ ବିଧାୟିକା l

0
778

ବେଗୁନିଆପଡା ୧୩/୦୮(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ)ଆଜି ମଧ୍ୟାହ୍ନରେ କୋଦଳା ତହସିଲ କାର୍ଯ୍ୟାଳୟ ପରିସରରେ ସାପକାମୁଡା ଓ ପାଣିରେ ବୁଡି ମରିଥିବା ୩ ଜଣ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି l କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉକ୍ତ ପରିବାରଙ୍କୁ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ତିତିରେ ଚାରି ଲକ୍ଷ ଲେଖାଏଁ ଚେକ ପ୍ରଦାନ କରି ଏହି ଅର୍ଥର ଯେପରି ସୁବିନିଯୋଗ ହୋଇପାରିବ ସେଥିପ୍ରତି ପରିବାରକୁ ପରାମର୍ଶ ଦେଇଥିଲେ

ସୂଚନା ଯୋଗ୍ୟ କୋଦଳାର ରୁବି ମୁନି (୧୦), ଶାଙ୍କୁଡ଼ା ପଞ୍ଚାୟତ ଚଣ୍ଡପଲ୍ଲୀ ଗ୍ରାମର କାଳୁ ମହାନ୍ତି (୫୨) ସାପକାମୁଡାରେ ପ୍ରାଣ ହରାଇ ଥିବା ବେଳେ ବେରୁଆଁବାଡ଼ି ପଞ୍ଚାୟତ ସାତନଳ ଗ୍ରାମର କୃଷ୍ଣ ସାମଲ (୪୮) ପାଣିରେ ବୁଡି ପ୍ରାଣ ହରାଇଥିଲେ l ଏମାନଙ୍କ ପରିବାର ପକ୍ଷରୁ ଯଥାକ୍ରମେ ବାବୁଲା ମୁନି, ବିଶାଖା ମହାନ୍ତି ଓ ବୁନୁ ସାମଲ ସହାୟତା ରାଶି ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here