ଯୁବକର ଗଳିତ ମୃତ ଦେହ ଉଦ୍ଧାର

0
473

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ସହର ମଙ୍ଗଳମ ଟିମ୍ବର ପ୍ଲାଣ୍ଟ ନିକଟରେ ଥିବା ନୀଳଗିରି ବାଡ଼ରୁ ଯୁବକର ଗଳିତ ମୃତ ଦେହ ଉଦ୍ଧାର କଲା ନବରଙ୍ଗପୁର ପୋଲିସ।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଜଣେ ଯୁବକର ମୃତ ଦେହଟିକୁ ନୀଳଗିରି ବାଡ଼ ଭିତରେ ପଡିଥିବା ଦେଖିଥିଲେ ଏହାପରେ ନବରଙ୍ଗପୁର ପୋଲିସକୁ ଖବର ଦେଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ପୋଲିସର ତଦନ୍ତରୁ ଜଣାପଡିଥିଲା ଯେ ମୃତ ଯୁବକ ଜଣଜ ବେହରାଗୁଡା ଗ୍ରାମର ରମେଶ ଭତରା। ଗତ ଶନିବାର ରାତିରୁ ରମେଶ ଭତରା ନିଖୋଜ ଥିଲା,ଶବ ଉଦ୍ଧାର କରି ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହ ମୃତ ଯୁବକ ଜଣକ ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here