ଗଜପତିରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରତ୍ସାହନ ରାଶି ପ୍ରଦାନ

0
276

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗତ ୨୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲା । ନାବାଳିକାଟିକୁ ୧୮ବର୍ଷ ହେଲାପରେ ଡିଡିୟୁଜିକେୱାଇ,କଟକରେ ଡାଟା ଏଣ୍ଟ୍ରି ଅପରେଟରର ପ୍ରଶିକ୍ଷଣ ନେବା ପାଇଁ ଜିଲ୍ଲା ପ୍ରଶାସନ ସୁପାରିଶ କରିଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ଯୁବତୀ ଜଣକ ହରିଆଣାର ଏକ ଘରୋଇ କମ୍ପାନୀରେ ୨୦୧୯ରୁ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯାରତ ଥିଲେ । ଯୁବତୀଟିର କେବଳ ଏକକ ଅଭିଭାବକ ଥିଲେ । ବର୍ତ୍ତମାନ ଯୁବତୀଟି ମୋହନା ପଞ୍ଚାୟତର ଆଲିଗଣ୍ଡା ଗ୍ରାମରେ ତାଙ୍କ ବାପାଙ୍କ ପାଖରେ ରହି ଆସୁଥିଲେ । ବର୍ତ୍ତମାନ ଯୁବତୀଟିର ବାହାଘର ଆର୍‌.ଉଦୟଗିରି ବ୍ଲକ ତାଣ୍ଡିଗୁଡା ଗ୍ରାମର ଏକ ଯୁବକ ସହିତ ଠିକ ହୋଇ ଆଜି ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ଭାରପ୍ରାପ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରାଇ ବିବାହ ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଟ.୫୦୦୦୦/- ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ପ୍ରଶାସନର ଏହି କାର୍ଯ୍ୟରେ ଝିଅଟି ଖୁସି ଥିଲାବେଳେ ତାଣ୍ଡିଗୁଡା ଅଞ୍ଚଳର ସମସ୍ତ ଜନସାଧାରଣ ଏହି ଯୋଜନା ବିଷୟରେ ଅବଗତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତିର ସଭ୍ୟା ଅଳକା ସାହୁ,ସୁରକ୍ଷା ଅଧିକାରୀ ଡମ୍ବରୁଧର ବଳବନ୍ତ, ପରାମର୍ଶଦାତା ଡୁଙ୍ଗେଇ ମଲ୍ଲିକ ଏବଂ ସୁରକ୍ଷା ୟୁନିଟ୍‌ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here