ଗଜପତି ଜିଲ୍ଲା ରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ

0
267

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଠାରୁ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜି ଠାରୁ ୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ସମସ୍ତ ଗଜପତି ଜିଲ୍ଲା ରେ ଚାଲୁ ରହିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ୫ବର୍ଷରୁ କମ୍ ୭୧ହଜାର ୨୭୦ଜଣ ଶିଶୁଙ୍କୁ ୨ବୁନ୍ଦା ପୋଲିଓ ଟିକା ପ୍ରଦାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ୫୭୪ଗୋଟି ବୁଥ୍ ଏବଂ ୨୦ ଗୋଟି ଭ୍ରାମ୍ୟମାଣ ଦଳ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବା ନିମନ୍ତେ ଜଯୋନା ପ୍ରସ୍ତୁତି କରାଯାଇଛି ଏଥିରେ ପ୍ରଥମ ଦିନରେ ଟିକାକରଣ କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆଯିବ । ପରବର୍ତ୍ତୀ ଦୁଇଦିନରେ ପୋଲିଓ ଟିକା ଗୃହ ପରିଦର୍ଶନରେ ପ୍ରଦାନ କରାଯିବ । ସରକାରଙ୍କ କୋଭିଡ ନିୟମାବଳୀକୁ ଆଖି ଆଗରେ ରଖି ସରକାରୀ ନୀୟମ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here