ଆହତଙ୍କୁ ଡାକ୍ତରଖାନା ପଠାଇ ବଦାନ୍ୟତା ଦେଖାଇଲେ ବିଧାୟକ

0
363

ଡାବୁଗାଁ(ଗଗନ ଗନ୍ତାୟତ) ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସାଙ୍ଗରେ ଡାକ୍ତରଖାନା ନେଇ ବଦାନ୍ୟତା ଦେଖାଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କ ମାନବିକତାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି। ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଶାଗୁମୁଡା ବ୍ଲକର ବିଭନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସେଗୁଡିକର ସମାଧାନ କରି ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ତାରାଗାଁ ଛକ ନିକଟରେ ସନ୍ଧ୍ୟା ସମୟରେ ଏକ ମରୁତି ଆର୍ଟିଗା ଗାଡି ସହିତ ଗୋଟିଏ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହାତ ହୋଇଥିଲେ। ସେ ରାସ୍ତା ଦେଇ ଯାଉଥିବା ବିଧାୟକ ମନୋହରଙ୍କୁ ଦୁର୍ଘଟଣା ସମ୍ୱନ୍ଧରେ ଅବଗତ ହେବା ପରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ଦୁର୍ଘଟଣାସ୍ଥଳକୁ ଆସିଥିଲେ ବିଧାୟକ ମନୋହର। ଦୁର୍ଘଟଣା ସମ୍ବନ୍ଧରେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ ମନୋହର। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେ ଗୁରୁତର ବାଇକ ଆରୋହୀଙ୍କ ଅବସ୍ଥା ଦେଖି ନିଜ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ଏବଂ ସେମାନଙ୍କ ଚିକିତ୍ସା କରାଇଥିଲେ । ଦୁଇ ବାଇକ ଆରୋହୀ ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମର କୈଳାସ ହରିଜନ ଓ ଦୀପକ ଜରିଜନ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here