କଳିଙ୍ଗ ଘାଟି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପୋଲସରା ବିଧାୟକଙ୍କ ସହାୟତା

0
385

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ଏକ ଦୁଃଖଦ ଘଟଣାକ୍ରମେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଥରୁ ଓଡିଶା ବସରେ ଫେରୁଥିବା ସମୟରେ ଶନିବାର ରାତିରେ କଳିଙ୍ଗଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ଯୁବରଣ କରିଥିବା ଦୁଇ ଶୋକସନ୍ତପ୍ତ ପରିବାରଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସୂଚନାଯୋଗ୍ୟ ଉକ୍ତ ବସ ଦୁର୍ଘଟଣାରେ  ବୁଗୁଡା ଏନଏସି ବାସିନ୍ଦା ସନ୍ତୋଷ ସେଠୀ ଓ ବୁଗୁଡା ବ୍ଲକ ଅନ୍ତର୍ଗତ ବରଡିପଲ୍ଲି ଗ୍ରାମର ଚିତ୍ତରଞ୍ଜନ ସେଠୀ  ମୃତ୍ୟୁ ବରଣ କରିଥିଲେ l ରବିବାର ଦିନ ପୋଲସରା ବିଧାୟକ ଶ୍ରୀ ସାହୁ ଉକ୍ତ ଗ୍ରାମକୁ ଯାଇ ଶୋକସନ୍ତପ୍ତ ଦୁଇ ପରିବାରକୁ ଭେଟିଥିଲେ l  

LEAVE A REPLY

Please enter your comment!
Please enter your name here