ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା କାରୋନା ଟୀକା କରଣ

0
305

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ୧୧ ଘ॰ ରେ କରୋନା ଟୀକା କାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାଶିଷ୍ଟ ଦେବେନ୍ଦ୍ର କୁମାର ନାୟକ ପ୍ରଥମେ ଟୀକା ନେଇଥିଲେ | ସରକାର ଙ୍କ ନିୟମାନୁସାରେ ଟୀକା ନେବା ପରେ ବ୍ୟକ୍ତି ଅଧା ଘଣ୍ଟା ପର୍ଯ୍ୟବେକ୍ଷଣ କକ୍ଷରେ ରହିଥିଲେ | ଯେଉଁମାନେ ଟୀକା ନେଇଥିଲେ ସେମାନଙ୍କ ଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇନଥିଲା | ଟିକାକରଣ କେନ୍ଦ୍ରରେ ସମ୍ଭାବ୍ୟ ପାର୍ଶ୍ଵପ୍ରତିକ୍ରିୟା ପାଇଁ ମେଡିକାଲ ଟିମକୁ ପ୍ରସ୍ତୁତ ରଖାଯାଇଥିଲା | ଡାବୁଗାଁରେ ଅନଲାଇନ ଜରିଆରେ ୧୩୦ ଜଣ ବ୍ୟକ୍ତି ରେଜିଷ୍ଟେସନ କରିଥିଲେ | ଆଜି ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡି ଦିଦି ମାନଙ୍କୁ ଟୀକା ଦିଆଯାଇଥିଲା । ଗୁରୁବାର ୧୫୯ ଙ୍କୁ ଟୀକା ଦେବାର ବ୍ୟବସ୍ଥା ଥିଲା ଏବଂ ପୂର୍ବରୁ ରେଜିଷ୍ଟେସନ କରିଥିବା ୩୦ ଜଣକୁ ମଧ୍ୟ ଆଜି ଟୀକା ଦିଆଯିବ ବୋଲି ସୂଚନା ମିଳିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ ଘ॰ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here