ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିୟର ;ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

0
289

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିୟର ବଟକୃଷ୍ଣ କଟା । ଆମ୍ବ ବଗିଚା ବିଲ୍ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ସୂଚନା ପ୍ରକାରେ ଉଦ୍ୟାନ ବିଭାଗ ପକ୍ଷରୁ ପୁରେ ପ୍ରଧାନଙ୍କୁ ଆମ୍ବ ବଗିଚା କରିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ମଞ୍ଜୁରୀ ମିଳିଥିଲା । ଏହାର ବିଲ୍ କରାଇଦେବା ପାଇଁ ପୁରେ ପ୍ରଧାନଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଦ୍ୟାନ ବିଭାଗର ସୁପରଭାଇଜର ବଟକୃଷ୍ଣ କଟା । ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ପୁରେ ପ୍ରଧାନ । ଆଜି ପୁର୍ବ ପ୍ରସ୍ତୁତି ପ୍ରକାରେ ପୁରେ ପ୍ରଧାନ ସମ୍ପୃକ୍ତ ସୁପରଭାଇଜର ଙ୍କୁ ଟଙ୍କା ଦେବାପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଏବଂ ୧୦ହଜାର ଟଙ୍କା ଜବତ କରିବାସହ ବଟକୃଷ୍ଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।

LEAVE A REPLY

Please enter your comment!
Please enter your name here