ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ଵର ଭଲି ଟୁର୍ନାମେଣ୍ଟ ତୃତୀୟ ଦିବସ, ବିକ୍ରମପୁର ବିଜୟୀ

0
325

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ନିକଟ ତ୍ରିମୁର୍ତ୍ତି ଖେଳ ପଡିଆ ରେ ଅନୁଷ୍ଠିତ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ଵର ଭଲି ଟୁର୍ନାମେଣ୍ଟ ର ମଙ୍ଗଳ ବାର ଥିଲା ତୃତୀୟ ଦିବସ | ଉକ୍ତ ଲିଗ ମ୍ୟାଚ ଟି ବିକ୍ରମପୁର ସହିତ ଶାଳବଣ ଟିମ ମଧ୍ୟରେ ମୁକାବିଲା ହୋଇଥିଲା | ଅପରାହ୍ନ ରେ ଆୟୋଜିତ ଏହି ମ୍ୟାଚ ରେ ଶାଳବଣ ଦଳ ପ୍ରଥମେ ଟସ ଜିତି ସର୍ଭିସ ନିଷ୍ପତି ନେଇଥିଲେ ମଧ୍ୟ୍ୟ ବିକ୍ରମପୁର ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଖେଳର ପ୍ରଥମ ଓ ଦ୍ଵିତୀୟ ସେଟ ଟି ନିଜେ ଅକ୍ତିଆର କରିନେଇଥିଲା | ଆଜିର ମ୍ୟାଚ କୁ ଅଶୋକ ବିଶୋଇ ପରିଚାଳନା କରିଥିବା ବେଳେ ଭାବ ସୁମନ୍ତରାୟ ,ରିପୁ ସାହୁ ,ରାମ ଜେନା ପ୍ରମୁଖ ଲାଇନ ମ୍ୟାନ ଦାୟିତ୍ୱ ତୁଲାଇଥିଲେ |ତୁଷାର,ଚନ୍ଦନ ସାହୁ,ବାଲି ବେହେରା ପ୍ରମୁଖ ସ୍କୋର ବୋର୍ଡ ଦାୟିତ୍ୱ ରେ ଥିଲେ | ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ କୁ ଭାଷ୍ୟକାର ବିଭୁତି ପ୍ରଧାନ ନିଜସ୍ୱ ଢଙ୍ଗରେ ଦର୍ଶକ ଙ୍କ ମନ ମୋହିଥିଲେ | ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରଥମ ମ୍ୟାଚ ଶାଳବଣ(ବି) ସହିତ ଅଙ୍ଗାରଗାଁ(ବି) ର ମୁକାବିଲା ଥିବାବେଳେ ଅପରାହ୍ନ ରେ ମଥୁରା ସହିତ ଭଗବାନ ସିକ୍ସ ର ମୁକାବିଲା ହେବ |

LEAVE A REPLY

Please enter your comment!
Please enter your name here