ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
310

ପୋଲସରା(ଅନିଲ କୁମାର ମହାରଣା ) ପୋଲସରା ବ୍ଲକ ଅନ୍ତର୍ଗତ କଲମ୍ବ ର ମା’ ଭବାନୀ ଖେଳ ପଡ଼ିଆରେ ମାର୍ଚ୍ଚ ୧୧ ତାରିଖ ଦିନ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ହୋଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ, ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, କଲମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ, କଲମ୍ବ ସମିତି ସଭ୍ୟା ପ୍ରତିନିଧି ସୁଶୀତ କୁମାର ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚ କଲମ୍ବ ଜୁନିୟର ଓ ସିନିୟର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳରେ ଅନୁଷ୍ଠିତ ଏହି କ୍ରିକେଟ ମ୍ୟାଚ ଦେଖିବାକୁ ବହୁ କ୍ରିକେଟ ଖେଳ ପ୍ରେମୀ ରୁଣ୍ଡ ହୋଇଥଲେ।

LEAVE A REPLY

Please enter your comment!
Please enter your name here