କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା କରଣ ଶୁଭାରମ୍ଭ।

0
359

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର):ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ଉଦଘାଟନ କାର୍ଯ୍ୟକ୍ରମ ପରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡ଼ା ରାମଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଡଃ.ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଡଃ. ଅଭିଷେକ ପଣ୍ଡା, ଡକ୍ଟର ପ୍ରିୟତୋଷ ଦାଶ, ସୋହନ ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ, ସୁଶାନ୍ତ ସାହୁ, ଫାର୍ମାସୀଷ୍ଟ ମୁରଲୀଧର ସାହୁ ,ଏଏନଏମ କେ.କ୍ରିଷ୍ଣା କୁମାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଟୀକା ସଞ୍ଜୁଲତା ବାରିକଙ୍କୁ ଦିଆଯାଇଥିଲା। ପରେ ଅନ୍ୟ ୧୦୦ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ମିଳିଛି । ଉକ୍ତ ଟୀକା କରଣ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here