ହିଞ୍ଜିଳିକାଟୁ ଠାରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ l

0
730

ବେଗୁନିଆପଡା / ହିଞ୍ଜିଳି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ମା’ ଶ୍ୟାମାକାଳୀଙ୍କ ପୀଠରେ ଓଡିଶା ଗ୍ରାମ ପଂଚାୟତ କର୍ମଚାରୀ ସଂଘର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ବଂଶୀଧର ବିଶ୍ୱାଳ ଓ ସମ୍ପାଦକ ଅରୂପାନନ୍ଦ ଡାକୁଆଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକର ୫୦୩ ଗୋଟି ଗ୍ରାମ ପଂଚାୟତର ପିଅନ, ରାତ୍ର ଜଗୁଆଳ ଓ ଝାଡୁଦାର ମାନେ ଯୋଗାଦେଥିଲେ l ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି, ସମ୍ପାଦକ ସୁବ୍ରତ ରାଉତ, ତାରିଣୀ ଚରଣ ଭୂୟାଁ ଅତିଥି ଭାବେ ଯୋଗଦେଇ ନିଜନିଜର ମତ ଉପସ୍ଥାପନା କରିଥିଲେ l ଉକ୍ତ ବୈଠକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟାୟ ହେଉଥିବା ଅଭିଯୋଗ କରାଯାଇ ବିଭିନ୍ନ ଦାବି ଉପସ୍ଥାପନା ହୋଇଥିଲା l ସବୁଠି ସମାନ କାମକୁ ସମାନ ଦରମା ପ୍ରଚଳିତ ଥିବା ସ୍ଥଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଅବହେଳିତ ହୋଇଆସୁଛନ୍ତି l ସରପଞ୍ଚଙ୍କ ଇଛାରେ ମାସକୁ କେବଳଶହେ ଟଙ୍କlଠୁ ଆରମ୍ଭ କରି ଅତିବେଶୀରେ ପନ୍ଦର ଶହ ଟଙ୍କା ଦରମା ଦିଆଯାଉଅଛି, ଯାହାକି ଘର ଚଳାଇବା ପାଇଁ କାଠିକର ହେଉଛି l ବେଳେବେଳେ ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି l ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ନିୟମ ୧୨୫ /୨୦୧୪ କୁ ସଂଶୋଧନ କରି ସ୍ଥାୟୀ ଚାକିରୀ ସାଙ୍ଗକୁ ସର୍ବନିମ୍ନ ଦରମା ପ୍ରଦାନ ସହ ନିୟମିତ ଦରମା ପ୍ରଦାନ କରିବାକୁ ସରକାରଙ୍କ ଉଦେଶ୍ୟରେ ସ୍ୱର ଉତ୍ତୋଳନ କରାଯାଇଥିଲା l ଦାବି ପୂରଣ ନହେଲେ ଆଗାମୀ ଦିନରେ ସାରା ରାଜ୍ୟର କର୍ମଚାରୀମାନଙ୍କୁ ନେଇ ବଡ ଧରଣର ଆନ୍ଦୋଳନ କରି ସରକାରଙ୍କୁ ଅସହଯୋଗ କରିବାକୁ ଧମକ ଦିଆଯାଇଥିଲା l ଉକ୍ତ ବୈଠକରେ ବହୁସଂଖ୍ୟାରେ କର୍ମଚାରୀ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here