ବ୍ରହ୍ମପୁର ପୋଲିସ ଦ୍ୱାରା ଠକେଇ ଅଭିଯୋଗରେ ଜଣେ ଗିରଫ

0
296

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ଦେଶରେ ବେକାରୀ ସଂଖ୍ୟା ହୁ ହୁ ବଢି ଚାଲିଥିବା ବେଳେ ଚାକିରୀ ଖଣ୍ଡେ ପାଇବା ପାଇଁ ଯୁବକ ମାନେ ଦଲାଲମାନଙ୍କ ଦ୍ୱାରା ଠକେଇର ଶିକାର ହେଉଥିବା ବେଳେ ବ୍ରହ୍ମପୁର ପୋଲିସ ସେହିପରି ଜଣେ ଠକକୁ ଗିରଫ କରିବାରେ ସଫଳ ହୋଇଛି। ଛତ୍ରପୁର ଥାନା ଅନ୍ତର୍ଗତ ମୁନିସପେଣ୍ଠ ର ସ୍ବର୍ଗତ ଶିବ ବିଶ୍ୱାଳଙ୍କ ପୁଅ ସନ୍ତୋଷ କୁମାର ବିଶ୍ୱାଳ(୩୯) ବ୍ରହ୍ମପୁର ଅନନ୍ତ ନଗରରେ ୨୦୧୪ ଓ ୨୦୧୫ ମସିହାରେ ” ଇଣ୍ଡିଆ ହେଲ୍ପଲାଇନ ଚାରିଟିବୁଲ ଟ୍ରଷ୍ଟ ” ନାମରେ ଏକ ଠକ ସନ୍ଥା ଗଠନ କରି ବେକାରୀ ଯୁବକ ମାନଙ୍କୁ ଚାକିରୀ ଯୋଗାଇ ଦେବାକୁ କହି ଟଙ୍କା ସଂଗ୍ରହ କରି ଫେରାର ହୋଇଯାଇଥିଲା। ସନ୍ତୋଷ ନାମରେ ଏନେଇ ବୈଦ୍ୟନାଥ ପୁର ଥାନାରେ ୫ ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି। ପୋଲିସ ସନ୍ତୋଷକୁ ଧରିବା ପାଇଁ ଜାଲ ବିଛାଇ ଥିବାବେଳେ ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ରାଉତରାୟଙ୍କ ନେତୃତ୍ୱରେ ପୋଲିସ ବାହିନୀ ଭୁବନେଶ୍ୱର ସୁନ୍ଦରପଡ଼ା ଅଞ୍ଚଳର ମୁନଷ୍ଟୋନ ଆପାର୍ଟମେଣ୍ଟ ର ଫ୍ଲାଟ ନଂ ୩୦୬ ରୁ କେଶ ନଂ ୩୨୨/୨୦ ପ୍ରକାରେ ସନ୍ତୋଷ କୁମାର ବିଶ୍ବାଳ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ଅନୁମାନ କରି ସନ୍ତୋଷକୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here