୧୫୦,କେଜି ରକ୍ତଚନ୍ଦନ କାଠ ଜବତ, ଅଟୋ ସହିତ ୨ଜଣକୁ ଗିରଫ

0
327

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବାଞ୍ଜେରି ନିକଟରେ ଏକ ଅଟୋ ରେ ବେଆଇନ ଭାବେ ଚୋରା ରକ୍ତଚନ୍ଦନ କାଠ ଚାଲଣା ସମୟରେ ବନବିଭାଗ ପକ୍ଷରୁ ଜବତ କରିଥିଲେ। ସୂଚନାଯୋଗ୍ୟ ଯେ ବନବିଭାଗ ଅଧିକାରୀ ପୂର୍ବ ସୂଚନା ଅନୁସାରେ ସଜାଗ ରହି ମହେନ୍ଦ୍ରଗିରି ଏବଂ ଦେବଗିରି ରେଞ୍ଜର ଗତ ବିଳମ୍ବିତ ରାତିରେ ପେଟ୍ରଲି୍ଂ କରିବା ସମୟରେ ଦେବଗିରି ରେଞ୍ଜ ଅନ୍ତର୍ଗତ ଉପଲଡା ନିକଟରୁ କାବୁ କରି ବାଞ୍ଜେରି ନିକଟରେ ଧରିଥିଲେ ବେଆଇନ ରକ୍ତଚନ୍ଦନ କାଠ ୩ଖଣ୍ଡ , ଯାହା କି ୧୫୦କେଜି ଓଜନ ଆନୁମାନିକ ଏକ ଅଟୋ ରେ ଦୁଇ ଜଣ କୁ ଗିରଫ କରାଯାଇଛି।। ଏହାର ପୂର୍ବ ସୂଚନା ଅନୁସାରେ ସଜାଗ ରହି ଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here