କରୋନା ଟିକାକରଣ ଶୁଭାରମ୍ଭ

0
381

ନବରଙ୍ଗପୁର(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ କରୋନା ଟିକାକରଣ ଶୁଭାରମ୍ଭ ହୋଇଛି । ମୁଖ୍ୟ ଅତିଥି ରୂପେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା , ବ୍ଲକ ଅଧ୍ୟକ୍ଷା ସେବତୀ ସାନ୍ତା , ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ , ଉପଜିଲ୍ଲାପାଳ ଭାସ୍କର ରଇତ , ସିଡିଏମଓ ଶୋଭାରାଣୀ ମିଶ୍ର , ଏଡିଏମଓ ନୀଳମଣି ସେନାପତି , ମେଡିକାଲ ଇନଚାର୍ଜ ପ୍ରିୟରଞ୍ଜନ ବାହାଲି , ସିଡିପିଓ ଗୀତା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୋଟ ୯୫୮ଜଣ ଟିକା ନେବା ପାଇଁ ପଞ୍ଜିକରଣ କରିଥିବା ବେଳେ ୧୦୦ଜଣଙ୍କୁ ଟିକା ଦେବା ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରଥମ ଦିବସରେ ମୋଟ ୬୬ଜଣଙ୍କୁ ଟିକା ଦିଆଯାଇଥିଲା । ପ୍ରଥମ ଦିନ ସଫେଇ କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସଫେଇ କର୍ମଚାରୀ କିଶୋର ନାୟକଙ୍କୁ ନିଆଯାଇଥିଲା । ପର୍ଯ୍ୟାୟକ୍ରମେ ପଞ୍ଜିକୃତ ସିଡିପିଓ , ସଫେଇ କର୍ମଚାରୀ , ଷ୍ଟାଫ ନର୍ସ , ଆଶା , ଅଙ୍ଗନବାଡ଼ି କର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ବହୁମୁଖୀ ପୁରୁଷ ଓ ମହିଳା ସ୍ଵାସ୍ଥକର୍ମୀ କଳାବ୍ୟାଜ୍‌ ପିନ୍ଧି ଟିକାକରଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିପିଓ ନିବେଦିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here