ଶୀତ

0
600

ବବିତା ପାତ୍ର

ଶୀତ ପଶିଯାଏ
ଗରିବ ବୁଢ଼ା ର ହାଡ଼ ପଞରା ରେ
ଭଗ‌୍ନପ୍ରାୟ କୁଡ଼ିଆ ର
କତରା କମ୍ବଳ ରେ
ଯାକିଯୁକି ଶୋଇ ଥିବା
କୁନିକୁନି କୁକୁର ମେଳରେ
ଅନ୍ଧାର ରାତ୍ରିର ଶୀତ
ଅଭାବୀ ମନରେ ଭୟ ସଞ୍ଚାରେ
କିନ୍ତୁ…….
ଶୀତୁଆ ସକାଳ ର ଶୀତ
ସଦ୍ୟ ପ୍ରସ୍ଫୁଟିତ
ସୋରିଷ ଫୁଲ ର ରଙ୍ଗ ଭରିଦିଏ…..
କବି ର ଉଲ୍ଲସିତ ମନରେ
କଳସୀ କନ୍ୟା ର
ତୁଳିତଳ୍ପ ଶଯ୍ୟା ରେ,
ନିଆଁ ପୁଁଉଥିବା ସାହେବଙ୍କ ଵଗଂଳା ରେ ।

LEAVE A REPLY

Please enter your comment!
Please enter your name here