ଟିକା ପାଇଥିବା ଯୋଗୁଁ ଆମେ ଏଣିକି ନିର୍ଭୟରେ ସେବା ଯୋଗାଇ ଦେବାରେ ସକ୍ଷମ ହେବୁ – ସ୍ବାସ୍ଥ୍ୟ ସେବା କର୍ମୀ

0
346

ଛତ୍ରପୁର() ଆଜି ପୂର୍ବାହ୍ନ ୧୦.୩୦ମି. ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଦ୍ବାରା ଭାରତବର୍ଷର କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଥିଲେ । ଠିକ୍ ପରେପରେ ବ୍ରହ୍ମପୁର ସିଟି ହସ୍ପିଟାଲ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର କୋଭିଡ୍ ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜଣାଇଥିଲେଯେ ଏହି ଟିକାକରଣ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲୁ ରହିବ ଏବଂ ସବୁ ଟିକାକରଣ କେନ୍ଦ୍ରଗୁଡିକରେ ଠିକ୍ ଭାବେ ଯେପରି ପରିଚାଳନା ହେବ ସେ ଦିଗରେ ଯତ୍ନବାନ କରାଯିବ । ସର୍ବ ପ୍ରଥମେ ଡଃ ସୁନୀଲ୍ କୁମାର କୋଟାଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିଲା । ଦ୍ବିତୀୟରେ ଡଃ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା । ଏହାପରେ ଜିଲ୍ଲାର ଅନ୍ୟ ୧୦ ଗୋଟି ଚିକିତ୍ସାଳୟରେ ଏହି ଟିକା ବିତରକଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାର ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ,ସାନିଟାରୀ ଓ୍ବାର୍କର, ସିକ୍ୟୁରିଟି ପର୍ସନେଲ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଟିକା ପ୍ରଦାନ କରାଯାଇଛି । ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ଟିକାକରଣ ସମାପନ ହୋଇଥିବା ଜଣାପଡିଛି । ଟିକା ପାଇଥିବା ଯୋଗୁଁ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ଆସୁଥିବା କୋଭିଡ୍ ଯୋଦ୍ଧାଗଣ ଖୁସି ପ୍ରକାଶ କରି ଏଣିକି ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ନିର୍ଭୟରେ ନିଜ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ଅବଗତ କରାଇଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଜିଲ୍ଲାର ପ୍ରଥମ ଟିକା ଗ୍ରହଣ କରିଥିବା ଡାଃ ସୁନୀଲ୍ କୁମାର କୋଟାଙ୍କ ଠାରୁ ଟିକା ଗ୍ରହଣ କରିଥିବା ଯୋଗୁଁ କିଭଳି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଥିଲେ । ଜିଲ୍ଲାରେ ୧୧୦୦ ଜଣଙ୍କ ଟିକାକରଣ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୧୦୦୪ ଜଣଙ୍କୁ ଟିକାକରଣ କରାଯାଇଅଛି, ଯାହାକି ଶତକଡା ୯୧ ପ୍ରତିଶତ ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, କୁକୁଡ଼ାଖଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ପ୍ରୋଗ୍ରାମ୍ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here