ଆସିକା ପୋଲିସ ଦ୍ୱାରା ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାଶ

0
431

ଆସିକା(ଜଗନ୍ନାଥ ସାହୁ) ଆସିକା ପୁଲିସକୁ ମିଳିଛି ବଡ ସଫଳତା । ଗଲା କିଛି ଦିନ ଧରି ଆସିକା ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ରମାଗତ ଭାବେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ ୯ ଜଣ କୁ ଗିରଫ କରିବା ସହ ୨୧ ଚୋରା ମୋଟରସାଇକେଲ କୁ ଜବତ କରିଛି । ଚୋର ମାନଙ୍କ ଦ୍ୱାରା ଆସିକା, କବିସୂର୍ଯ୍ୟନଗର, ପୋଲସରା ସମେତ ବିଭିନ୍ନ ଅଂଚଳରେ ଗଲା କିଛି ଦିନ ଧରି ଚାଲିଥିଲା ମୋଟରସାଇକେଲ ଚୋରା ଅଭିଯାନ । ପୋଲିସ ପାଖରେ ମଧ୍ୟ ଚୋରି ଘଟଣାର ବଢୁଥିଲା ଅଭିଯୋଗ । ତେବେ ଏହିମୋଟରସାଇକେଲ ଚୋରିର ପର୍ଦାଫାଶ କରିବା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଆସିକା ପୋଲିସ ଆଉ ଏଥି ନିମନ୍ତେ ପ୍ରସ୍ତୁତ ଟିମ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବିଭିନ୍ନ ଅଂଚଳରେ ଚଢାଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ରେ ସକ୍ଷମ ହୋଇଛି । ଅଭିଯୁକ୍ତ ମାନଙ୍କ ଠାରୁ ୨୧ ଗୋଟି ମୋଟର ସାଇକେଲ ଜବତ ହୋଇଥିବା ବେଳେ ୯ ଗୋଟି ଭଙ୍ଗା ଇଂଜିନ କୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଗଂଜାମ ଜିଲ୍ଲା ସମେତ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନା ଇଲାକା ରେ ମୋଟରସାଇକେଲ ଚୋରା ଅଭିଯାନ କାର୍ଯ୍ୟ ଚଳାଇ ଥିଲେ । ଏବେ ମଧ୍ୟ ଘଟଣାର ଆହୁରି ତଦନ୍ତ ଚାଲିଛି l ଏହି ମୋଟର ସାଇକେଲ ଚୋରି ରାକେଟ ପଛରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପ୍ରୋଭିଜିନାଲ ଆପିଏସ ଆର ଗୁଣ୍ଡାଲା |

LEAVE A REPLY

Please enter your comment!
Please enter your name here