ଶବକୁ ମିଳିଲାନି ମହାପ୍ରୟାଣ ଗାଡି ; ବାଇକରେ ନେଲେ ସମ୍ପର୍କୀୟ

0
497

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଠାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମେଡ଼ିକାଲ ରେ ଶବକୁ ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ।ଆଜି ସକାଳୁ ସ୍ଥାନୀୟ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ । ସେଠାରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡି ଯାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ସଂଗେ ସଂଗେ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନେବାକୁ ଡାକ୍ତର ଙ୍କୁ କହିଥିଲେ।କିନ୍ତୁ ଡାକ୍ତର ମହାପ୍ରୟାଣ ଗାଡିର ସୁବିଧା ନଥିବା କହିଥିଲେ।ମୃତକ ଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ ଓ ଅଟୋ କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଗାଡି ଶବ ନେବା ପାଇଁ ନମିଳିବାରୁ ବାଧ୍ୟହୋଇ ବାଇକ ରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ।ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ଏଠାରେ ମହାପ୍ରୟାଣ ଗାଡିର ସୁବିଧା ନାହିଁ। ଏଥି ନିମନ୍ତେ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ତାହା କାଯ୍ୟକାରୀ ହୋଇନି। ଗାଡି ସୁବିଧା ନଥିବା ନେଇ ଆମେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲୁ ତା ପରେ ସେମାନେ ଅନ୍ୟ କୌଣସି ଗାଡି ନପାଇ ମୋଟର ସାଇକେଲରେ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here