ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

0
292

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ଜକର ଗ୍ରାମ ପାଞ୍ଚାୟତ ଜେନାପୁର ଗ୍ରାମର ଗରିବ ଶ୍ରମିକ ଦଣ୍ଡପାଣି ଜେନାଙ୍କ ସାନପୁଅ ସମୀର କୁମାର ଜେନା ରୋଗରେ ପୀଡିତ ହୋଇ କଷ୍ଟ ପାଉଥିବା ବେଳେ ପୋଲସରା ବିଧାୟକ ଚିକିତ୍ସା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସମୀରଙ୍କୁ ବର୍ତ୍ତମାନ ପ୍ରାୟ ୧୩ ବର୍ଷ ହୋଇଥିବା ବେଳେ ୫ ବର୍ଷ ବୟସ ବେଳେ ସେ ରୋଗରେ ଆକ୍ରାନ୍ତ ହୋଇ ହୋଇଗଲେ ଭିନ୍ନକ୍ଷମ। ହୁଇଲ ଚେୟାର ବିନା ଅନ୍ୟତ୍ର ଯିବା ଅସମ୍ଭବ ହୋଇଥବା ବେଳେ ଚେୟାରରେ ମଧ୍ୟ ମୁଣ୍ଡ ସିଳଖି ବସିପାରୁନାହାଁନ୍ତି ସମୀର । ସୁରାଟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ଦଣ୍ଡପାଣି ଜେନା।ତିନି ପୁଅଙ୍କ ମଧ୍ୟରୁ ବଡ଼ପୁଅ କଲେଜରେ ପାଠ ପଢ଼ୁଥିବା ବେଳେ ମଝିଆ ପୁଅ ଏହିପରି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିବା ବେଳେ ବର୍ତ୍ତମାନ ସାନ ପୁଅ ମଧ୍ୟ ସେହି ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ। ପୁଅ ସମୀରର ସେବା ପାଇଁ ମାଆ ନିୟୋଜିତ ଥିବା ବେଳେ ବାପାଙ୍କ ଯାହା ରୋଜଗାର ହେଉଛି ସେଥିରେ ଖାଇବା ଓ ବଡ ପୁଅର ପାଠ ପଢା ପାଇଁ ମଧ୍ୟ ଅଭାବ ହେଉଥିବା ବେଳେ ସାନ ପୁଅର ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ। ଏହି ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜେନାପୁର ଗ୍ରାମକୁ ଯାଇ ଭିନ୍ନକ୍ଷମ ସମୀରଙ୍କୁ ଦେଖି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏହି ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here