ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଯାପିତ

0
153

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳ ସାମୂହିକ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସଂକୁଳ ସଂଯୋଜକ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ପ୍ରଶିକ୍ଷଣର ବୃତ୍ତ ପଠନ କରିଥିଲେ । ସଂକୁଳ ପ୍ରମୁଖ ଜେ. କୁର୍ମେୟା ରାଓ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ରୀରାମ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ରାଷ୍ଟ୍ରର ପ୍ରକୃତ ସଂଜ୍ଞା ବର୍ଣ୍ଣନା ସହ ରାଷ୍ଟ୍ର ହିଁ ସର୍ବୋପରି ଉପରେ ମାର୍ଗଦର୍ଶନ କରିଥିଲେ । ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସଂକୁଳର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ,ସନ୍ତୋଷ କୁମାର ମିଶ୍ର, ଚଣ୍ଡୀ ପ୍ରସାଦ ବେହେରା, ତ୍ରିନାଥ ନାୟକ, ଆଦିତ୍ୟ ପ୍ରସାଦ , ଶ୍ରୀଧର ପ୍ରଧାନ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ନରେନ୍ଦ୍ରପୁର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର କର୍ମକର୍ତ୍ତା ଓ ମାତୃ ଭାରତୀର ସଦସ୍ୟା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here