ଶୌଚାଳୟ ଯୋଗାଣରେ ଦୁର୍ନୀତି, ବିଡ଼ିଓ ଏବଂ ଜେଇ ନିଲମ୍ବିତ

0
271

ଝରିଗାଁ(କ୍ରିଷ୍ଣା ସାହୁ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୂରୁଆଓ ଗ୍ରାମ ପଂଚାୟତ ଜେଇ ସୁନୀଲ କୁମାର ସାମଲ ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗ ରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ସୂଚନା ଯୋଗ୍ୟଯେ ପାଇଖାନା ନିର୍ମାଣ ରେ ଦୁର୍ନୀତି କରି ପାଂଚ କୋଟି ଟଙ୍କା ହଡ଼ପ କରିଥିବା କଂଗ୍ରେସ ଦଳ ଅଭିଯୋଗ ଆଣିବା ସହ ଓ ଦୁଇ ଶହ ରୁ ଅଧିକ ହିତାଧିକାରୀ ଝୋରିଗାଁ ଥାନା ରେ ଏତଲା ଦେଇଥିଲେ। ଏହାର କାର୍ଯ୍ୟାନୁଷ୍ଠନ ସ୍ୱରୂପ ନିଲମ୍ବନ କରାଯାଇଛି।
ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ ନେଇ ବିଡ଼ିଓ ଙ୍କ ବିରୋଧରେ ୨୦୦ ରୁ ଅଧିକା ହିତାଧୀ କାରି ଙ୍କ ଏତଲା। ଗ୍ରାମାଞ୍ଚଳ ର ପରିବେଶ କୁ ସୁନ୍ଦର କରିବା ସହ ଗ୍ରାମ ଗୁଡ଼ିକୁ ବାହ୍ୟ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ ଏବଂ ପ୍ରତ୍ୟେକ ପରିବାର କୁ ଶୌଚାଳୟ ଯୋଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। ପଛୁଆ ଅଞ୍ଚଳ ଭାବେ ବହୁ ପରିଚିତ ଝରିଗାଁ ବ୍ଲକ ର ଯେଉଁଠି ୨୬୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଶୌଚାଳୟ ପିଛା ୨୦୦୦/ ଟଙ୍କା PC ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ନେଇ ଥିବା ଅଭିଯୋଗ କରି ଥିଲେ ହିତାଧିକାରୀ ମାନେ। ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ ଆଣିଥିବା ବେଳେବିଦିଓ ଙ୍କ ବିରୋଧ ରେ ଝରିଗାଁ ଥାନାରେ ଶତାଧିକ ହିତଧିକରୀ ଏତଲା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here