ଜିଲ୍ଲା ଚିକିତ୍ସାଳୟରେ କୋଭିଡ ଟୀକାର ଶୁଭାରମ୍ଭ

0
323

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କୋରନା ଟୀକା କରଣ ର ଶୁଭାରମ୍ଭ ଡାକ୍ତରଖାନା ରେ କାର୍ଯ୍ୟରତ ଜଣେ ସିକ୍ୟୁରୀଟି ଗାର୍ଡ ଙ୍କ ଠାରୁ କରାଯାଇଛି । ଆଜି ପ୍ରଥମ ଦିନରେ ଜିଲ୍ଲା ର ୪ ଟି ସ୍ଥାନ ରେ ଟୀକା କରଣ ଜାରି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ପାପଡ଼ାହାଣ୍ଡି , ନନ୍ଦାହାଣ୍ଡି ଓ ଉମରକୋଟ ଠାରେ ପ୍ରତ୍ୟେକ ସେଣ୍ଟର୍ ରେ ୧୦୦ ଲେଖାଏଁ ୪୦୦ ଜଣକୁ ଟୀକା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ସିଡିଏମଓ ଆଜିର ଏହି ଟୀକା କରଣ ବ୍ୟବସ୍ଥା ର ଶୁଭାରମ୍ଭ କରିଥିଲେ ଏବଂ ପ୍ରଶାସନ ପକ୍ଷରୁ ଟୀକାକରଣ ପାଇଁ ସାମାଜିକ ଦୂରତା କୁ ଗୁରୁତ୍ବ ଦିଆଯାଇ କିପରି ସୁଚାରୁ ରୂପେ ଟୀକା ପ୍ରଦାନ କରାଯିବ ତାହାର ସୂବ୍ୟବସ୍ଥା କରାଯାଇଥିଲା।ଟୀକା କରଣ ରେ ଆଜି ପ୍ରଥମେ ଚିକିତ୍ସାଳୟ ର ସିକ୍ୟୁରିଟୀ ଗାର୍ଡ ଙ୍କୁ ଟୀକା ପ୍ରଦାନ କରା ଯାଇଥିଲା। ବିଳମ୍ବ ରେ ହେଲେ ସୁଦ୍ଧା କୋଭିଡ ମହାମାରୀ ର ଟୀକା କରଣ ବ୍ୟବସ୍ଥା ଆରମ୍ଭ ହୋଇ ଯାଇଥିବା ଯୋଗୁ ସମସ୍ତଙ୍କ ମନରେ ଏକ ଆଗ୍ରହ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here