ବିନା ଭକ୍ତରେ ସୀତା ପାହାଡରେ ପାଳିତ ହୋଇଛି ମକରୋତ୍ସବ

0
281

ଗଜପତି: (ବସନ୍ତ କୁମାର ପଣ୍ଡା)ପ୍ରତିବର୍ଷ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ସୀତା ପାହାଡରେ ମକରୋତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ସେ କୋରୋନା କଟକଣା ପାଇଁ ଏହା ହୋଇପାରିନାହିଁ । ଯଦିଓ ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା, କିନ୍ତୁ ପ୍ରଶାସନିକ କଟକଣା ଶ୍ରଦ୍ଧାଳୁମାନେ ଏଠାକୁ ଯାଇ ଠାକୁରଙ୍କ ଦର୍ଶନ କରିବା କିମ୍ବା ଉତ୍ସବର ମଜା ଉଠାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ନେଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି ଏଠାକୁ ପ୍ରତିବର୍ଷ ଯାଉଥିବା ଶ୍ରଦ୍ଧାଳୁ । ସେପଟେ ଶାନ୍ତ ପରିବେଶରେ ପାଳନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।ବିନା ଭକ୍ତରେ ସୀତା ପାହାଡରେ ପାଳିତ ହୋଇଛି ମକରୋତ୍ସବ
ପ୍ରଭୁ ରାମଚନ୍ଦ୍ର, ଗାଁ ସୀତା ଏବଂ ଭାଇ ଲିମଣଙ୍କ ସହ ବନବାସ ସାରି ଅଯୋଧା ଫରୁଥିବା ବେଳେ ଗାଁ ସୀତାଙ୍କ ମାସିକ ଋତୁସ୍ରାବ ଯୋଗୁଁ ଏଠାରେ କିଛି ଦିନ ଅଟକି ରହିଥିଲେ । ସେତିକି ବେଳେ ମକର ସଂକ୍ରାନ୍ତି ପରଦିନ ଏହି ପାହାଡରେ ମାଆ ସୀତାଙ୍କ ଅନୁରୋଧକ୍ରମେ ଏକ ବନ୍ଧୁ ମିଳନର ଆୟୋଜନ ହୋଇଥିଲା । ଏହି ବିଶ୍ବାସରେ ଏଠାରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମାଆଙ୍କ ପୂଜାର୍ଚ୍ଚନା କରାଯିବା ସହ ଏହାର ପରଦିନ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିଲା । ଏଠା ତମରେ ଲୋକେ ଜମା ହୋଇ ଗାଁ ସୀତା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ଆଶୀର୍ବାଦ ଲାଭ କରିବା ସହ ଶ୍ରଦ୍ଧାଳୁମାନେ ଉତ୍ସବର ମଜା ଉଠାଉଥିଲେ । ହେଲେ ଚଳିତ ବର୍ଷ କୋରୋନା ସ୍ଥିତିକୁ ଦୃଷ୍ଟି ରଖି ପ୍ରଶାସନ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ ଲଗାଇଛି । ପ୍ରଶାସନ ଜାରି କରିଥିବା ଏସଓପି ମଧ୍ୟ ଉତ୍ସବ ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସ୍ଥାନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବା ସହ ଏଠାରେ ଯେମିତି ଲୋକ ସମାଗମ ନହୁଏ ତାହା ଉପରେ ଦୃଷ୍ଟି ଦିଆଯାଇ ପୋଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।ପ୍ରତିବର୍ଷ ଏଠାରେ ମକର ସଂକ୍ରାନ୍ତି ପରଦିନ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ହୋମଯଜ୍ଞର ମଧ୍ୟ ଆୟୋଜନ ହେଉଥିଲା । ସବୁ ସ୍ଥାନରେ ମକର ଚାଉଳ ଖୁଆଇ ମକର ସଂକ୍ରାନ୍ତି ଦିନ ଲୋକେ ମକର ବସୁଥିବା ବେଳେ ଏହି ସ୍ଥାନରେ ମକର ସଂକ୍ରାନ୍ତି ପରଦିନ ଏଠାରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ଖୁଆଇ ମକର ବସିବାର ବେଶଷ ପରମ୍ପରା ରହିଆସିଛି । ତେଣୁ ଏଠାରେ ଗଜପତି ଜିଲ୍ଲା ସମେତ ଗଞ୍ଜାମ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ସାମିଲ ହେଉଥିଲେ । କିନ୍ତୁ ଚଳିତ ବର୍ଷ ପ୍ରଶାସନର କଟକଣା ଯୋଗୁଁ ଏହା ସମ୍ଭବ ହୋଇନାହିଁ । ଏହାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଦୁଃଖ ପ୍ରକାଶ କରିବା ସହ ଚଳିତ ବର୍ଷ ଆମେ ଠାକୁରଙ୍କ କରୁଣା ଏ ଲାଭରୁ ବଞ୍ଚିତ ହୋଇଛୁ ବୋଲି କହିଛନ୍ତି । ସେହିପରି ଏହି ଉତ୍ସବ ସମୟରେ ଦୋକାନ ପକାଉଥିବା ବ୍ୟବସାୟୀମାନେ ମଧ୍ୟ ନିରାଶ ହୋଉଇଛନ୍ତି ।ଏହି ସମୟରେ ଭଲ ଦୁଇ ପଇସା ଲାଭ ହେଉଥିବା ବେଳେ ଚଳିତ ବର୍ଷ ତାହା ହୋଇପାରିନଥିବା ସେମାନେ କହିଛନ୍ତି । ସେହିଭଳି ଏହି ଉତ୍ସବକୁ ଆୟୋଜନ କରୁଥିବା ମହେନ୍ଦ୍ର ଆଶ୍ରମର ମୁଖ୍ୟ ତୀର୍ଥାନନ୍ଦ ସରସ୍ବତୀଙ୍କ କହିବା ହେଲା କରୋନା କଟକଣା ପ୍ରଶାସନ ଜାରି କରିଥିବାରୁ ଏହାକୁ ପାଳନ କରାଯାଉଛି । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋରୋନା ପାଚେରୀ ହେବା ସମସ୍ତଙ୍କୁ ଦୁଃଖ ଦେଇଥିବା ସେ କହିଛନ୍ତି । କରୋନା ମହାମାରୀ ଅନେକ ଲୋକଙ୍କ ଠାରୁ ଅନେକ କିଛି ଛଡାଇ ନେଇଛି । ଏପରିକି ବନ୍ଧୁତା ସ୍ଥାପନ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପୁଣି ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ

LEAVE A REPLY

Please enter your comment!
Please enter your name here