ଫସର ଫାଟିଗଲା ବାଲି ମାଫିଆଙ୍କ କାରନାମା, ବିନା ଚାଲାଣରେ ଘୁଞ୍ଚୁନି ବାଲି ଟ୍ରାକ୍ଟର

0
341

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ର ପୁର୍ଟିଗୁଡା ଗ୍ରାମବାସୀ ମାନେ ବର୍ତମାନ ବାଲି ମାଫିଆଙ୍କ କାରନାମା ସମ୍ପର୍କରେ ଘୋର ବିରୋଧ କରିଛନ୍ତି। ବିରୋଧ କରି ଥିବା ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ପକ୍ଷରୁ ଠିକାଦାର ଙ୍କୁ ବିନା ମେସିନ ଦ୍ବାରା ବାଲି ଉଠାଇବାକୁ ଆଦେଶନାମା ଦିଆଯାଇଥିବା ବେଳେ ଉକ୍ତ ଠିକାଦାର ଜେସିପି ଲଗାଇ ଦୀନରାତି ତମାମ ବାଲି ଉଠାଉଥିବା ଯୋଗୁଁ ସେଠାରେ ବହୁତ୍ ବୋଡ ଧରଣର ଗାତ ସ୍ତୃଷ୍ଟି ହୋଇଥିଲା। ଯାହା ଫଳରେ ଦୁଇଟି ପିଲା ଗାଧେଇବା ନିମନ୍ତେ ଯାଇଥିଲେ ଓ ସେହି ଗାତରେ ବୁଡିଯାଇଥିବା ବେଳେ ସେଠାରେ ଲୁଗା ଧୋଇବା ଧୋବା ମାନେ ଦୁଇଟି ପିଲା କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏହି ମେସିନ ଦ୍ବାରା ବାଲି ଉଠାଇବା ଯୋଗୁଁ ନଦୀ ର ଗତିପଥ ବଦଳାଇ ଦେଇଛି ଯାହା ଫଳରେ ଲୋକଙ୍କ ଚାଷବିଲରେ ବାଲି ମାଡିଯାଇ ନଦୀର ଗତିପଥ ବଦଳାଇ ଦେଇଛି ଫଳରେ ଉକ୍ତ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ଥିବାରୁଏଠାକାର ଲୋକେ ଭୟଭୀତ ହୋଇ ଥିବା ଦେଖିବାକୁ ମିଳିଛି। ଏହି ନଦୀର ବନ୍ୟା ପାଣି ରେ ସାଧାରଣତଃ ପ୍ରତ୍ୟେକ ବର୍ଷ ଚାଷ ବିଲରେ ପସି ଅମଳ ନଷ୍ଟ ହେଉଛି। ଏବଂ ବିଗତ ୧୯୮୦ ବଂସଧାରା ନଦୀର ହୋଇ ଥିବା ବଢ଼ି ଆମର ଆଖିରେ ଆଖିରେ ରଚି ରହିଥିଲା ବେଳେ ବର୍ତମାନ ବାଲି ମାଫିଆଙ୍କ ଦୁର୍ନୀତି ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳିଛି।ପ୍ରକ୍ରୃତରେ ସରକାରଙ୍କ ନିୟମ ଅନୁସାରେ ବିନା ମେସିନ ଦ୍ବାରା ବାହାର କରିବା ପାଇଁ ଆଦେଶ ନାମା ଓ କେତେ ପରିମାଣର ର ବାଲି ଉଠାଇବାକୁ ଆଦେଶନାମା ଜାରି କରାଯାଇଥିଲେ ତାହାର ମଧ୍ୟ କୈାଣସି ନିୟମ ନିଷ୍ଠା ନାହିଁ। ଠିକାଦାର ଦିନରେ କେତେ ପରିମାଣର ବାଲି ଉଠାଇବା ଏବଂ ସଂପୂର୍ଣ୍ଣ କେତେ ବାଲି ଉଠାଇବାକୁ ଆଦେଶନାମା ଦିଆଯାଇଥିବା ଏବିଷୟରେ ବିଭାଗୀୟ ଅଧିକାରୀ ପଚାରିବା ପାଇଁ କହିଲେ ଦାଇତ୍ୱ ରେ ଥିବା ଅଧିକାରୀ ଫୋନ୍ ଉଠାଉନାହିନ୍ତି। ଏଥିରେ ସାଧାରଣତଃ ଲୋକଙ୍କ କହିବା ଅନୁସାରେ ଠିକାଦାର ଜଣେ ଶାସକ ଦଳ ଛାମୁଆଁ ନେତା ହୋଇଥିବା ବେଳେ ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରୀକା଼ରେ ଚାଲିଛି ବେଆଇନ ବାଲି କାରବାର।ଆଜିର ସରକାରଙ୍କ ନିୟମ କଟକଣା ଜାରି କରିଥିବା ବେଳେ ପୋଲିସ ବିଭାଗ ଦ୍ଵାରା ଜରିମାନା ଆଦାୟ କରିଥିବା ଏବଂ ଗୀରଫ କରିଥିଲେ। ଯାହା ଫଳରେ ଟ୍ରାକ୍ଟର ମାଲିକ ସଂଘ ପୂର୍ବରୁ ଯେଉଁ ବେଆଇନ ଭାବେ ବାଲି ଉଠାଇବାକୁ ଯାଇ ବିକ୍ରୟ କରୁଥିଲେ ବର୍ତମାନ ସେ ସୁବିଧା ନାହିଁ। ତେଣୁ ଠିକାଦାର ବିନା ଚାଲାଣ ରେ ଗାଡ଼ି ବାହାର ନକରିବା ଦେଖିବାକୁ ମିଳିଛି। ତେଣୁ ଠିକାଦାର ପୂର୍ବ ଅଭ୍ୟାସ ପରି ବର୍ତମାନ ଟ୍ରାକ୍ଟର ମାଲିକ ସୁଣିବା ପାଇଁ ରାଜି ନହୋଇ ନଦୀର ବାଲି ଲଡ କରି ରାସ୍ତା ଉପରେ ୪୦ଗୋଟି ଠିଆ ହୋଇଥିଲା ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରୀକା଼ରେ ଏବେ ଦାଣ୍ଡରେ ପଡି ହାଟରେ ଗଢିବା ପାଇଁ ଲାଗିଲା।

LEAVE A REPLY

Please enter your comment!
Please enter your name here