ଜୁଆ ଆଡା ଉପରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ

0
312

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରସଣ୍ଢା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଥବା ବେଳେ ପଥର ମାଡରେ ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି ଏହି କି ଯେ ଗୁରୁବାର ରାତି ପ୍ରାୟ ୯.୩୦ ଘଣ୍ଟା ସମୟରେ ଖରସଣ୍ଡା ଗ୍ରାମ ରେ ଜୁଆ ଖେଳ ଚାଲିଥିବା ଖବରପାଇ ଗୁରାଣ୍ଡି ଥାନା ପୋଲିସ ଚଢ଼ାଉ କରିବା ପାଇଁ ଯାଇଥିଲେ। ପୋଲିସଗାଡି ଆସିବା ଦେଖି ସେଠାକାର ଲୋକେ ପୋଲିସ ଗାଡି ଉପରକୁ ଠେଲା ପଥର ରେ ଆକ୍ରମଣ କରିଥିଲେ। ଯାହା ଫଳରେ ଚାରିଜଣଙ୍କୁ ଆଘାତ ହୋଇଛି। ସେମାନେ ହେଲ ପୋଲିସ ଅଧିକାରୀ ମମତା ପଣ୍ଡା, ହୋମ୍ ଗାଡ ଚିନ୍ମୟ ସାମଲ, ଆର୍ ପି ଏଫ ହେମନ୍ତ ପ୍ରଧାନ,ଓ କିଷାନ ଙ୍କୁ ଆକ୍ରମଣ ହୋଇଥବା ଖବର ପାଇ ଘଟଣାସ୍ଥଳକୁ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଯାଇଥିବାବେଳେ ଆହାତକାରିଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଗଜପତି ଏସ ପି ଶ୍ରୀ ତପନ କୁମାର ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here