ବେଗୁନିଆପଡା ଫାଣ୍ଡି ଅଧିକାରୀ ପାଇଲେ ଡିଜିପି ପୁରସ୍କାର

0
475

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ଦେବୀଦତ୍ତ ପ୍ରିୟଦର୍ଶୀ ଙ୍କୁ ଡିଜିପି ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଏସ୍ ପି ଶ୍ରୀ ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଦେବୀଦତ୍ତ ପ୍ରିୟଦର୍ଶୀ ଙ୍କୁ । ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ଏସ୍ ପି ପରାମର୍ଶ ଦେଇଛନ୍ତି । ଦେବୀଦତ୍ତ ପ୍ରିୟଦର୍ଶୀ ଗତ କିଛିମାସ ଧରି ବେଗୁନିଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି । ଏହି ପୁରସ୍କାର ପାଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗରୁ ସେ ବଡଗଡ ଥାନା ରେ କାର୍ଯ୍ୟରତ ଥିଲେ ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here