ପ୍ରମେୟ ପ୍ରତିନିଧିଙ୍କ ମାତୃ ବିୟୋଗ

0
351

ବ୍ରହ୍ମପୁର() ଦୈନିକ ଓଡ଼ିଆ ଖବରକାଗଜ “ପ୍ରମେୟ” ର ବ୍ରହ୍ମପୁର ପ୍ରତିନିଧି ପ୍ରହଲ୍ଲାଦ ସାହୁଙ୍କ ମାଆ ଅଭିମତି ସାହୁ(୬୦)ଙ୍କ ଆଜି ସନ୍ଧ୍ୟାରେ ପରଲୋକ ଗମନ ହୋଇ ଯାଇଛି। ସେ କିଛିଦିନ ହେଲା ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ଚିକିତ୍ସା ହେଉଥିଲେ। ସେ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ମର ଶରୀରକୁ ନିଜ ଗ୍ରାମ ଆସିକା ନିକଟସ୍ଥ କେ.ନୂଆଗାଁ କୁ ନିଆଯାଇଛି। ସ୍ୱର୍ଗତ ଅଭିମତି ସାହୁଙ୍କ ମର ଶରୀର ନିକଟରେ ତାଙ୍କର ସ୍ୱାମୀ, ଦୁଇ ପୁଅ ଓ ତିନି ଝିଅ ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପରାୟଣ ମହିଳା ଥିବାବେଳେ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here