ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟ ଟେକ ରଖିଲେ ୩ ଛାତ୍ରଛାତ୍ରୀ

0
498

ଆସ୍କା(ଜଗନ୍ନାଥ ସାହୁ)ଗଞ୍ଜାମ ଜିଲ୍ଲା ଆସ୍କା ନିକଟସ୍ଥ କଲେଜ ଛକ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ତିନି ଛାତ୍ରଛାତ୍ରୀ ଇଂନସ୍ପାଇଡ଼ ଆୱାର୍ଡରେ ସ୍ଥାନ ଅଧିକାର କରିଛନ୍ତି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଇଂନସ୍ପାଇଡ଼ ଆୱାର୍ଡ ରେ ଗଞ୍ଜାମ ଜିଲ୍ଲାର ବହୁ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିବାବେଳେ ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟ ର ତିନି ଛାତ୍ରଛାତ୍ରୀ ଙ୍କୁ ମନୋନୀତ କରାଯାଇ ଜଣ ଜଣକୁ ୧୦,୦୦୦ (ଦଶ ହଜାର) ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।ପ୍ରୋତ୍ସାହନ ରାଶି ପାଇଥିବା ଛାତ୍ରଛାତ୍ରୀ ମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ପଟ୍ଟନାୟକ,ଷଷ୍ଠ ଶ୍ରେଣୀ ଛାତ୍ରୀ ଶ୍ରୀୟା ସଂସ୍କୃତି ନାୟକ,ସପ୍ତମ ଶ୍ରେଣୀ ଛାତ୍ର ସୃଭ୍ରାଂଶୁ ରଞ୍ଜନ ଜେନା ।ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ନୂତନ ବିଜ୍ଞାନ ଜ୍ଞାନ କୌଶଳ ରେ ନିଜ ନିଜ ପ୍ରତିଭା ପାରଦର୍ଶିତା ଦେଖେଇବା ପାଇଁ ଗୋଟିଏ ଗୋଟିଏ ନୂତନ ପ୍ରୋଜେକ୍ଟ ଯାହାକି ସମାଜରେ କିଛି ନୂତନ ବାର୍ତ୍ତା ଦେଇପାରିବ, ସେହିପରି ପ୍ରୋଜେକ୍ଟ କରି ଅନ ଲାଇନ ରେ ପ୍ରୋଜେକ୍ଟ ସହ ନିଜ ନିଜ ବିଦ୍ୟାଳୟ ଠିକଣା ରେଜିଷ୍ଟ୍ରେସନ କରିଥାନ୍ତି।ଏହାକୁ ଜିଲ୍ଲା ସ୍ତରୀୟ କୁ ମନୋନୀତ ହେବା ପରେ ରାଜ୍ୟ ସ୍ତରୀୟ ଓ ପରେ ଜାତୀୟ ସ୍ତରରେ ପହଞ୍ଚି ପାରିବ ର ସମ୍ବାବନ ରହିଥାଏ ।ଯାହା ଦ୍ୱାରା ଆଜିର ଛାତ୍ର କାଲିର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ହୋଇପାରିବେ ବୋଲି ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଛନ୍ତି । ଏହି ତିନି ଛାତ୍ରଛାତ୍ରୀ ଙ୍କୁ ବରିଷ୍ଠ ସମାଜ ସେବୀ ବଂଶୀଧର ନାହାକ ଶୁଭେଚ୍ଛା ଜଣେଇବା ସହ ଆଘାକୁ କିପରି ନିଜ ଅଞ୍ଚଳ ଟେକ ରଖିବେ ସେଥିପାଇଁ ସେମାନଙ୍କ ଉପରେ ମୋର ଯଥେଷ୍ଟ ଆଶା ଭରସା ରହିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here