ଜି. ନୂଆଗାଁ ଶନୀଶ୍ଚର ମନ୍ଦିରରୁ ଚୋରି

0
258

ବେଲଗୁଣ୍ଠା: ବେଲଗୁଣ୍ଠା ଥାନା ଅଧୀନରେ ଥିବା ଜି.ନୂଆଗାଁ ଗ୍ରାମ ଶନୀଶ୍ଚର ମନ୍ଦିରରୁ ଗତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଉକ୍ତ ମନ୍ଦିରରେ ଥିବା ଦାନହୁଣ୍ଡୀରୁ କିଛି ଦୁର୍ବୁତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ ଦିନ ଭଳି ସେଠାକାର ପୂଜାରୀ ନୃସିଂହ ମିଶ୍ର ବୁଧବାର ରାତି ୯ଟା ସମୟରେ ପୂଜା ସମ୍ପର୍ଣ୍ଣ କରି ମନ୍ଦିର ଓ ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଚାଲିଯାଇଥିଲେ । ଉକ୍ତ ଅଞ୍ଚଳଟି ଶୂନଶାନ ରହୁଥିବାରୁ ଏହାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ବିଳମ୍ବିତ ରାତିରେ ମନ୍ଦିର ପଛ ପଟେ ଥିବା ଗ୍ରିଲର ତାଲା ଭାଙ୍ଗି ମନ୍ଦିରକୁ ପ୍ରବେଶ କରି ଦାନହୁଣ୍ଡିର ତାଲା ଭାଙ୍ଗି କିଛି ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ସକାଳେ ପୂଜାରୀ ମନ୍ଦିରକୁ ଆସିବାପରେ ମନ୍ଦିରରେ ତାଲା ଭଙ୍ଗା ଥିବା ଅବସ୍ଥାରେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ଏହାପରେ ବେଲଗୁଣ୍ଠା ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ଘଟଣାସ୍ଥଳୀରେ ତଦନ୍ତ କରିବା ସହ ୨୮୭/୨୧,ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି । ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here